Wed. Jul 29th, 2026

ଏହି ସପ୍ତାହରେ ୪ ଦିନ ବ୍ୟାଙ୍କ ଛୁଟି, ସମୟ ଦେଖି କାମ ଶେଷ କଲେ ହେବନି ଅସୁବିଧା

211 Views

ନୂଆଦିଲ୍ଲୀ, ନଭେମ୍ବର ୨୨: ଚଳିତ ମାସର ଆରମ୍ଭରୁ କିଛି ରାଜ୍ୟରେ ଦୀପାବଳି, ଗୋବର୍ଦ୍ଧନ ପୂଜା ଏବଂ ଭାଇ ଧୂଜ ଛୁଟି ରହିବା ପରେ ଏହି ସପ୍ତାହରେ କିଛି ଅଞ୍ଚଳରେ ବ୍ୟାଙ୍କ ଗୁଡ଼ିକ ୪ ଦିନ ବନ୍ଦ ରହୁଛି। ତେଣୁ ଗ୍ରାହକ ବ୍ୟାଙ୍କର ଅବକାଶକୁ ଦୃଷ୍ଟିରେ ରଖି ନିଜ କାମ ସମୟ ପୂର୍ବରୁ ଶେଷ କରିଦେଲେ ଅସୁବିଧାରେ ପଡ଼ିବେନି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୩ ଦିନ କ୍ରମାଗତ ଭାବରେ ବ୍ୟାଙ୍କ ଛୁଟି ରହିବ।

ନଭେମ୍ବର ୨୧ରେ ବ୍ୟାଙ୍କ ଛୁଟି ରହବା ପରେ ଗୁୁରୁବାର ଖୋଲା ରହିବ। ଏହା ପରେ ନଭେମ୍ବର ୨୩ରେ ଗଙ୍ଗାସ୍ନାନ ଓ ଗୁରୁନାନକ ଜୟନ୍ତୀ ଅବସରରେ  ଶୁକ୍ରବାର ଛୁଟି ରହୁଥିବା ବେଳେ ନଭେମ୍ବର ୨୪ ଶେଷ ଶନିବାର ଯୋଗୁଁ ବ୍ୟାଙ୍କ  ଛୁଟି ରହିବ। ନଭେମ୍ବର ୨୫ରେ ରବିବାର ପଡୁଛି।

ଆଞ୍ଚଳିକ ଆଧାରରେ ଛୁଟି 

ସୂଚନାଯୋଗ୍ୟ ଯେ, କିଛି ଅବକାଶ ସମସ୍ତ ରାଜ୍ୟରେ ହୋଇଥିବା ବେଳେ କିଛି ଛୁଟି ରାଜ୍ୟ ଆଧାରରେ ହୋଇଥାଏ। ଏହା ଦ୍ୱାରା ପଡୋଶୀ ରାଜ୍ୟର ଜନତାଙ୍କ ଉପରେ ପଡ଼ିଥାଏ। ନଭେମ୍ବରରେ ଏହି ସପ୍ତାହରେ ହୋଇଥିବା ଛୁଟିଗୁଡ଼ିକ ଏହି ପ୍ରକାରର।

-ନଭେମ୍ବର ୨୧: ଇଦ୍‌-ଏ-ମିଲାଦ-ଉନ-ନଭି (କିଛି ରାଜ୍ୟରେ)

-ନଭେମ୍ବର ୨୩ : ଗୁରୁନାନକ ଜୟନ୍ତୀ (କିଛି ରାଜ୍ୟରେ)

-ନଭେମ୍ବର ୨୪: ୪ର୍ଥ ଶନିବାର (ଅଧିକାଂଶ ରାଜ୍ୟରେ)

-ନଭେମ୍ବର ୨୫: ରବିବାର ଅବକାଶ

By amfnews

Related Post