Fri. May 15th, 2026

ଏହି କାରଣରୁ କଂଗ୍ରେସ ବିଧାୟକ ଇଞ୍ଜିନିୟରଙ୍କୁ ସର୍ବସାଧାରଣରେ କାଦୁଅରେ ସ୍ନାନ କରାଇଲେ;ଭିଡିଓ ଦେଖନ୍ତୁ

238 Views

ଯାଞ୍ଚ ସମୟରେ  ରାସ୍ତାରେ ସେମାନଙ୍କୁ ଅନେକ ଗାଡ଼ ଥିବା ଦେଖିବାକୁ ମିଳିଥିଲା। ଫଳରେ ବିଧାୟକ ନିତେଶ ନାରାୟଣ ରାଣେ କ୍ଷୁବ୍ଧ ହୋଇ ଯାଇଥିଲେ। ଏହାପରେ ସେ ଇଞ୍ଜିନିୟର ପ୍ରକାଶ ସେଡେକରଙ୍କୁ ଡକାଇ ଘଟଣା ବିଷୟରେ ଆଲୋଚନା କରିଥିଲେ। ରାଣେ ଏହି ଘଟଣାକୁ ନେଇ ଏତେ ରାଗି ଯାଇଥିଲେ ଯେ, ସେ ସମର୍ଥକଙ୍କ ଦ୍ୱାରା ଇଞ୍ଜିନିୟରଙ୍କ ଉପରେ ବାଲଟିଏ କାଦୁଆ ଆଣି ପକାଇ ଦେଇଥିଲେ ଏବଂ ତାଙ୍କୁ ପୋଲରେ ବାନ୍ଧି ପକାଇଥିଲେ।

ଏହି ଘଟଣାର ଭିଡିଓ ପାଖଆଖର ଲୋକମାନେ ନିଜନିଜ ଫୋନ୍‌ରେ କୈଦ୍‌ କରି ନେଇଥିଲେ। ଯାହାକି କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଯାଇଥିଲା। ଅନେକ ଟିଭି ଚାନେଲ୍‌ରେ ମଧ୍ୟ ଏହି ଘଟଣା ପ୍ରସାରଣ ହୋଇଥିଲା। କେବଳ ଏତିକି ନୁହେଁ, ରାଣେ ବି ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଘଟଣାର କ୍ଲିପ୍‌ ସେୟାର କରିଛନ୍ତି।

By amfnews

Related Post