Fri. Jul 3rd, 2026

ଏସ୍‌ସିବିରେ ହେବ ପୂର୍ବ ଭାରତର ଉତ୍କର୍ଷ ଯକ୍ଷ୍ମା ନିରୂପଣ ଓ ଗବେଷଣା କେନ୍ଦ୍ର : ସାତ ମହଲା କୋଠା ପାଇଁ ୯କୋଟି ଟଙ୍କା

289 Views

ସୂଚନା ଅନୁସାରେ, ଏସ୍‌ସିବି ଯକ୍ଷ୍ମା ରୋଗର ନିରୂପଣ ଓ ଗବେଷଣା ପାଇଁ ସ୍ବତନ୍ତ୍ର ଯୋଜନା ହୋଇଛି। ପୂର୍ବ ଭାରତର ଏକ ଉତ୍କ‌ର୍ଷ କେନ୍ଦ୍ର ଭାବେ ଏହାକୁ ପରିଣତ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ସଂପ୍ରତି ବିଭାଗ ସମ୍ମୁଖରେ ଚାଲିଥିବା କୋଠାକୁ ୭ମହଲା କରାଯିବ। ୯କୋଟି ବ୍ୟୟରେ ହେବାକୁ ଥିବା ଏହି କୋଠାରେ ୪୦ରୁ ଅଧିକ ଶଯ୍ୟା ବୃଦ୍ଧି କରାଯିବା ସହ ସ୍ବତନ୍ତ୍ର ଭାବେ ୧୦ଟି ଆଇସିୟୁ ରଖାଯିବାକୁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବକୁ ବି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଗତକାଲି ଭୁବନେଶ୍ବରରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏ‌ ସଂପର୍କରେ ଆଲୋଚନା କରାଯାଇଥିଲା।

By amfnews

Related Post