Sun. Oct 18th, 2026
233 Views

କଟକ : କଟକ ବଡ଼  ଡାକ୍ତରଖାନାରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ  ହୋଇଛନ୍ତି। ରୋଗୀ ଜଣଙ୍କ ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

କିଛି ଦିନ ତଳେ ସ୍ୱାଇନ ଫ୍ଳୁ ସନ୍ଦେହରେ ତିନି ଜଣଙ୍କୁ କଟକ ଏସସିବିର ସ୍ୱତନ୍ତ୍ର  ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଏହାସହ ସେମାନଙ୍କର ରକ୍ତ ନମୁନା ଭୁବନେଶ୍ୱର RMRCକୁ ପଠାଯାଇଥିଲା। ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ନମୁନା ପଜିଟିଭ୍ ଆସିଥିବା ବେଳେ ଆଉ ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।

By amfnews

Related Post