Sat. Sep 26th, 2026

ଏସ୍‌ସିବି ଚାରିକଡ଼ରୁ ଉଚ୍ଛେଦ ଆରମ୍ଭ

181 Views

କଟକ  : କଟକ ବଡ଼ ମେଡିକାଲର ସଂପ୍ରସାରଣ ପାଇଁ ଆଜିଠୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବଡ଼ ମେଡିକାଲ ପାଖ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ଉଚ୍ଛେଦ କରାଯାଉଛି। ଯୋବ୍ରା ବ୍ୟାରେଜଠାରୁ ମାଲଗୋଦାମ ଥାନା ଓ ଫରେଷ୍ଟ ଅଫିସ ଲେନର ଉଭୟ ପାର୍ଶ୍ୱରେ ଥିବା ଦୋକାନ ଘର, ଝୁମ୍ପୁଡ଼ି ସବୁ ଭଙ୍ଗା ଯାଉଛି। ଭଙ୍ଗା କାର୍ଯ୍ୟ ଚାଲିଥିବା ସ୍ଥାନରେ ଜିଲ୍ଲା ଓ ପୁଲିସ ପ୍ରଶାସନ ସହ ସିଏମ୍‌ସି ଅଧିକାରୀ ଉପସ୍ଥିତ ଅଛନ୍ତି।

କଟକ ବଡ଼ ଡାକ୍ତରଖାନା ସମ୍ପ୍ରସାରଣ ହେବ ବୋଲି କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାପରେ କେତେ ଜମି ଅଧିଗ୍ରହଣ ହେବ ଚିହ୍ନଟ ହୋଇଥିଲା। ଏହାସହ କ୍ଷତିଗ୍ରସ୍ତଙ୍କ ପାଇଁ ପୂର୍ବରୁ ପ୍ୟାକେଜ୍‌ ମଧ୍ୟ ଘୋଷଣା ହୋଇଛି।

By amfnews

Related Post