Tue. Sep 29th, 2026

ଏସ୍‌ପି ଏବଂ ବିଏସ୍‌ପିର ନୂଆ ନାଆଁ ଦେଲେ ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ

439 Views

ଲକ୍ଷ୍ନୌ:ଲୋକସଭା ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶରେ ରାଜନୀତି ସରଗରମ ହୋଇଛି। ଏଠାରେ ନେତାମାନଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ବେଳେ ଏସ୍‌ପିକୁ ସମାପ୍ତ ପାର୍ଟି ଓ ବିଏସପିକୁ ବିଲକୁଲ ସମାପ୍ତ ପାର୍ଟି ବୋଲି କହିଛନ୍ତି। କିଛି ଦିନ ତଳେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପିକୁ ବେହଦ ଝୁଟେ ପ୍ରଚାରକ ବୋଲି ଆଖ୍ୟା ଦେଇଥିଲେ।ଅଯୋଧ୍ୟାରେ ନିର୍ବାଚନୀ ସଭାରେ କେଶବ ମୌର୍ଯ୍ୟା କହିଥିଲେ ଯେ ଉତ୍ତର ପ୍ରଦେଶର ଲୋକେ ଆଗରୁ କଂଗ୍ରେସକୁ ଏଠାରେ ସଂପୂର୍ଣ୍ଣ ସମାପ୍ତ କରିଛନ୍ତି। ଏଥର ଉତ୍ତର ପ୍ରଦେଶରେ ଲୋକେ ଏସପି ଏବଂ ବିଏସପିକୁ ଶେଷ କରିଦେବେ। କଂଗ୍ରେସ ଏବେ କେବଳ ଦୁଇଟି ଆସନ ରାୟବରେଲି ଓ ଆମେଥିକୁ କିପରି ବଜାୟ ରଖିବ,ସେଥିପାଇଁ ଚେଷ୍ଟା ଚଳାଇଛି। ଏସପି-ବିଏସପି ମେଣ୍ଟ ଏକ ଅସାଧୁ ମେଣ୍ଟ ବୋଲି ବି କଟାକ୍ଷ କରିଥିଲେ କେଶବ ପ୍ରସାଦ ମୌର୍ଯ୍ୟ।

By amfnews

Related Post