Thu. Aug 13th, 2026

ଏସିଆର ବୃହତ୍ତମ ମ୍ୟୁଜିକ ଓ ଭିଡିଓ ପ୍ଲାଟଫର୍ମ ହେଲା ଜିଓସାବନ, ଜିଓ ଗ୍ରାହକ ମାଗଣାରେ ବ୍ୟବହାର କରିପାରିବେ

570 Views

ମୁମ୍ବଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଡେର ଏକ ସହାୟକ କମ୍ପାନୀ ସାବନ ମିଡ଼ିଆ ଓ ଜିଓ ମ୍ୟୁଜିକ ମଧ୍ୟରେ ମିଶ୍ରଣ ହୋଇ ଜିଓ ସାବନ ରେ ପରିଣତ ହୋଇଛି । ଏହାକୁ ଏସିଆର ସର୍ବବୃହତ ମ୍ୟୁଜିକ ଓ ମିଡିଓ ପ୍ଲାଟଫର୍ମ ବୋଲି କୁହାଯାଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଗତ ମାର୍ଚ୍ଚରେ ସାବନକୁ  ଅଧିଗ୍ରହଣ କରିଥିଲା । ସାବନର ଷ୍ଟ୍ରିମିଂ ମିଡିଆ ଉତ୍କର୍ଷତା ସହିତ ଜିଓର ଡିଜିଟାଲ ସେବା ପରିସଂସ୍ଥାର ସମନ୍ଵୟ ହେଉଛି ଜିଓସାବନ। ୨୫୨ ନିୟୁତରୁ ଅଧିକ ବ୍ୟବହାରକାରୀ ଥିବା ଭାରତର ସର୍ବବୃହତ ଡିଜିଟାଲ ସେବା ନେଟୱର୍କ ହେଉଛି ଜିଓ।

ଇଣ୍ଟିଗ୍ରେଟେଡ ଜିଓ ସାବନ ଆପର ବ୍ୟବହାରକାରୀମାନଙ୍କ ପାଇଁ ଇଣ୍ଟରାକ୍ଟିଭ ଲିରିକ, ସ୍ଥାନୀୟ ଭାଷାଭିତ୍ତିକ ଡିସପ୍ଲେ, କନ୍ସର୍ଟ ଓ ଲାଇଭ ଇଭେଣ୍ଟ ଇତ୍ୟାଦିର ସମନ୍ଵୟ ଆଗାମୀ କିଛି ମାସ ମଧ୍ୟରେ ସମ୍ଭବ ହେବ। ଏହି ସେବା ଦ୍ୱାରା ଜିଓ ଉପଭୋକ୍ତା ଜିଓସାବନ ସମନ୍ଵିତ ଆପ ସେବା ମୁକ୍ତ, ନିଶୁଳ୍କ ଓ ନିରବଚ୍ଛିନ ଭାବେ ପାଇବେ। ଏହା ସାଙ୍ଗକୁ ଜିଓ ସାବନ ବଜାର ପ୍ରବେଶ ପରେ ସମସ୍ତ ଜିଓ ବ୍ୟବହାରକାରୀ ଏହି ଷ୍ଟ୍ରିମିଂ ସେବାର ପ୍ରମିୟମ ଉତ୍ପାଦ ’ଜିଓସାବନ ପ୍ରୋ’ର ୯୦ ଦିନ ପର୍ଯ୍ୟନ୍ତ  ପରିବର୍ଦ୍ଧିତ ମାଗଣା ସୁବିଧା ପାଇବେ।

By amfnews

Related Post