Sun. Aug 16th, 2026

ଏସଡିଜିଏମ୍ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହେଲେ ଅନୁଭବ

283 Views

କଟକ: ଘରୋଇ ହିଂସା ଅଭିଯୋଗ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଦାୟର କରିଥିବା ମାମଲାରେ ଏସଡିଜିଏମ୍ କୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ତାଙ୍କ ସ୍ବାମୀ ତଥା ଅଭିନେତା ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିବାର ଖବର ମିଳିଛି।


ବର୍ଷା ଘରୋଇ ହିଂସା ଅଭିଯୋଗ ନେଇ ମାମଲା ରୁଜୁ କରିବା ପରେ କେତେକ ଘରୋଇ ହିଂସା ଘଟଣା ତାଙ୍କ ସହିତ ଘଟିଥିଲା। ସେ ରହୁଥିବା ଘରୁ ବର୍ଷାଙ୍କୁ ବାହାର କରିବାକୁ ଉଦ୍ୟମ କରାଯାଇଥିଲା। ବିଭିନ୍ନ ଭାବେ ହଇରାଣ କରାଯାଇଥିଲା। ମାମଲା ରୁଜୁ ପରବର୍ତ୍ତୀ ସମୟରେ ହୋଇଥିବା ଘରୋଇ ହିଂସା ଘଟଣାକୁ ଶୁଣାଣି ପରିସରଭୁକ୍ତ କରିବାକୁ ବର୍ଷା ଏକ ପିଟିସନ ଦାଖଲ କରିଥିଲେ। ବର୍ଷାଙ୍କ ପିଟିସନକୁ ଅଦାଲତ ଗ୍ରହଣ କରି ଏଥି ଲାଗି ଅନୁମତି ଦେଇଥିଲେ। ଏସଡିଜିଏମ୍ ଅଦାଲତଙ୍କ ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଅନୁଭବ ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆଜି ମାମଲା ଶୁଣାଣି ଘୁଞ୍ଚିଛି।

By amfnews

Related Post