Tue. Aug 4th, 2026

ଏଲଏସିରେ ଉତ୍ତେଜନା ହ୍ରାସ ଲାଗି ଭାରତ ଦେଲା ପ୍ରସ୍ତାବ, ଜିଦରେ ଅଟଳ ଚୀନ

315 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୫ : ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଭାରତ ଉତ୍ତେଜନା ହ୍ରାସ କରିବା ଲାଗି ଏକ ବ୍ୟବହାରିକ ପ୍ରସ୍ତବ ଦେଇଛି । ସରକାରୀ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ବିଗତ ଦିନରେ ମାଲଦୋରେ ହୋଇଥିବା ଦ୍ୱିପାକ୍ଷୀକ ଆଲୋଚନା ସମୟରେ ଭାରତ କହିଥିଲା ଯେ, ଚୀନ ପକ୍ଷକୁ ସବୁସ୍ଥାନରୁ ପଛକୁ ଫେରିଯିବା ଦରକାର । ଭାରତ ଅନୁସାରେ ଦେପସାଙ୍ଗର ପଡ଼ିଆ ଠାରୁ ପୋଙ୍ଗୋଙ୍ଗର ଦକ୍ଷିଣ ଭୂଭାଗ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଚୀନରକୁ ପଛରେ ହଟିବାର ଅଛି । ଏହି ପ୍ରକ୍ରିୟା ଚୟନାତ୍ମକ ଭାବେ ନ ହେବା ଦରକାର । କିନ୍ତୁ ଏହି ପ୍ରସ୍ତାବକୁ ମାନିବାରେ ଚୀନ ରାଜି ନାହିଁ । ଚୀନ ସେନା ଏଲଏସିରୁ ହଟିବାକୁ ପ୍ରସ୍ତୁତ ହେଉ ନାହିଁ ।

ପୂର୍ବ ଲଦ୍ଦାଖରେ ସୀମା ସଂପର୍କିତ ଗତିରୋଧକୁ ଦୂର କରିବା ଲାଗି ଚୀନ ସହିତ ସୈନ୍ୟ ଆଲୋଚନା ଦୁଇ ଦିନ ପରେ ଭାରତ ଗୁରୁବାର କହିଛି ଆଗକୁ ରାସ୍ତା ସ୍ପଷ୍ଟ ହୋଇ ଯାଇଛି ଯେ ଯଥାସ୍ଥିତି ପରିବର୍ତ୍ତନର କୌଣସି ଏକତରଫା ପ୍ରୟାସକୁ ଗ୍ରହଣ କରାଯିବ ନାହିଁ ।

ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ସୈନିକଙ୍କୁ ପଛରୁ ହଟାଇବା ଏକ ଜଟିଳ ପ୍ରକ୍ରିୟା ଏବଂ ଏଥିରେ ନିଜ ନିଜଭିତରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଆଗାମୀ ଦିନରେ ସମସ୍ୟାର ସମାଧାନ ଲାଗି ଉଦ୍ୟମ ହେବା ଦରକାର ।

By amfnews

Related Post