Tue. Sep 1st, 2026

ଏମ୍‌ଜିଆର୍‌ଙ୍କ ନାମାନୁସାରେ ନାମିତ ହେଲା ଚେନ୍ନାଇ ସେଣ୍ଟ୍ରାଲ୍‌ ରେଳ ଷ୍ଟେସନ୍‌

296 Views

ନୂଆଦିଲ୍ଲୀ: ତାମିଲନାଡୁ ସରକାର ଚେନ୍ନାଇ ସେଣ୍ଟ୍ରାଲ୍‌ ରେଳ ଷ୍ଟେସନ୍‌ର ନାମ ବଦଳାଇ ପୁରତ୍‌ଚି ତଲାଇବର ଡକ୍ଟର୍‌ ଏମ୍‌ଜିଆର୍‌ ସେଣ୍ଟ୍ରାଲ୍‌ ରେଳ ଷ୍ଟେସନ୍‌ କରିଛନ୍ତି।ରାଜ୍ୟ ସରକାରକଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ ମୁଖ୍ୟ ଶାସନ ସଚିବ ଗିରିଜା ବୈଦ୍ୟନାଥନ କହିଛନ୍ତି ଯେ ଏପ୍ରିଲ୍‌ ୫ ତାରିଖ ଠାରୁ ଏହି ରେଳବାଇ ଷ୍ଟେସନ୍‌ର ପରିବର୍ତ୍ତନ କରାଯାଇଛି।

ମାସେ ତଳେ ତାମିଲନାଡୁରେ ଏଆଇଏଡିଏମ୍‌କେ-ବିଜେପି-ପିଏମ୍‌କେ ମେଣ୍ଟର ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ କି, ୧୦୦ ବର୍ଷ ପୁରୁଣା ଷ୍ଟେସନ୍‌କୁ ଏଆଇଏଡିଏମ୍‌କେର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଏମ୍‌ଜିଆର୍‌ଙ୍କ ନାମାନୁସାରେ ନାମିତ କରାଯିବ।

ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଥି ନିମନ୍ତେ ଧନ୍ୟବାଦ ଦେଇ କହିଥିଲେ ଯେ ରେଳ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ସେପ୍ଟେମ୍ବର ୨୦୧୮ରେ ସର୍ବସମ୍ମତି କ୍ରମେ ରାଜ୍ୟ କ୍ୟାବିନେଟ୍‌ ଏହାକୁ ଅନୁମୋଦନ କରିଥିଲା।

By amfnews

Related Post