Fri. May 15th, 2026

ଏବେ ବଲିଉଡ୍‌ ଶୁଣିବ ପ୍ରେମ୍‌ ଆନନ୍ଦଙ୍କ ସଙ୍ଗୀତ

218 Views

ଭୁବନେଶ୍ୱର  : ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ କ୍ୟାରିୟରରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ୧୯୯୩ ମସିହାରୁ ଓଡ଼ିଆ ଫିଲ୍ମ ଓ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଥିବା ପ୍ରେମ୍‌ ଆନନ୍ଦ ଏକ ବଲିଉଡ୍‌ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏକ ଇଂରାଜୀ ଖବର କାଗଜରେ ଏହି ଖବର ପ୍ରକାଶ ପାଇଛି। ଏଥିରେ ପ୍ରକାଶିତ ଖବର ଅନୁଯାୟୀ, ସେ ଉକ୍ତ ଫିଲ୍ମରେ ଦୁଇଟି ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲେ ଓ ଏଥିପାଇଁ ନିକଟରେ ମୁମ୍ବାଇ ଯାଇ ଗୀତ ଦୁଇଟିକୁ ରେକର୍ଡ କରିଥିଲେ। ତେବେ ଏଥିରେ ଫିଲ୍ମର ନାଁ ଦିଆଯାଇନାହିଁ।

ଯେଉଁ ଦୁଇଟି ଗୀତ ପାଇଁ ସେ ମ୍ୟୁଜିକ୍ ଦେଇଛନ୍ତି, ସେଗୁଡ଼ିକ ହେଉଛି- ‘ଖୁଦା ରାଜି…’ ଓ ‘ବାହୋଁ ମେଁ ଅପ୍‌ନେ ତୁମ୍‌…’। ‘ଖୁଦା ରାଜି…’ ଗୀତଟିକୁ ଯୁବିନ୍ ନୌତିୟାଲ୍‌ ଗାଇଥିବା ବେଳେ ଆରଟିକୁ ମୋହିତ ଚୌହାନ ଓ ଅଦିତି ପଉଲ୍ ଗାଇଛନ୍ତି।

ଉକ୍ତ ଇଂରାଜୀ ଖବର କାଗଜକୁ ପ୍ରେମ୍ ଆନନ୍ଦ କହିଛନ୍ତି,“ଭଗବାନଙ୍କୁ ଧନ୍ୟବାଦ୍‌। ଯଦିଓ ବିଳମ୍ବ ହୋଇଛି, ତଥାପି ମୁଁ ଏକ ହିନ୍ଦୀ ଫିଲ୍ମରେ କାମ କରିବାକୁ ସୁଯୋଗ ପାଇଲି। ମୁଁ ଆଶା କରୁଛି ଏହା ମୋ ପାଇଁ ବଲିଉଡ୍‌ରେ ପ୍ରବେଶ କରିବାକୁ ଟିକେଟ୍ ଭଳି କାମ କରିବ।” ଏହି ଫିଲ୍ମରେ ମୋଟ ୫ଟି ଗୀତ ରହିଛି। ଅନ୍ୟ ଗୀତଗୁଡ଼ିକର ମ୍ୟୁଜିକ୍‌ ହିତେଶ ମୋଡକ ଓ ପୁନିତ ଦିକ୍ଷୀତ ଦେଇଛନ୍ତି। ୬୦ରୁ ଅଧିକ ଓଡ଼ିଆ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରେମ୍ ଆନନ୍ଦ ଭୋଜପୁରୀ ଓ ବଙ୍ଗାଳି ଫିଲ୍ମ ପାଇଁ ବି ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି।

By amfnews

Related Post