Thu. Jul 23rd, 2026

ଏପ୍ରିଲ ୨୨ରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଦାୟର ହୋଇଥିବା ମାନହାନି ମକଦ୍ଦମାର ପରବର୍ତ୍ତୀ ଶୁଣାଣି

226 Views

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା ଦାୟର ହୋଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ ଏସ୍‌ଏସ୍‌) ର ଜଣେ କାର୍ଯ୍ୟକର୍ତ୍ତା ରାହୁଲ ଗାନ୍ଧୀଙ୍କ ଏବଂ ସିପିଆଇ ସାଧାରଣ ସଂପାଦକ ସୀତାରାମ ୟେଚୁରୀଙ୍କ ବିରୁଦ୍ଧରେ ମଧ୍ୟ ଅପରାଧିକ ମାନହାନି ମାମଲା ରୁଜ୍ଜୁ କରାଇଛନ୍ତିି। ଆରଏସଏସ୍‌ର କାର୍ଯ୍ୟକର୍ତ୍ତା ଧ୍ରୁତିମନ ଯୋଶୀ ଏହି ମକଦ୍ଦମା ଦାୟର କରିଛନ୍ତି।ଏହି ମକଦ୍ଦମା ମୁମ୍ବାଇରେ ଦାୟର ହୋଇଥିବା ଜଣାଯାଇଛି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ ତାରିଖରେ ହେବ। ରାହୁଲ ଗାନ୍ଧୀଙ୍କ ଓକିଲ କହିଛନ୍ତି ଯେ ରାହୁଲଙ୍କ ପାଖରେ ସମନ୍‌ ପହଞ୍ଚି ନାହିଁ। ଅନ୍ୟ ପକ୍ଷରେ ସୀତାରାମ ୟେଚୁରୀଙ୍କ ପକ୍ଷରୁ କୁହାଯାଇଛି ଯେ ତାଙ୍କ ଠିକଣା ବଦଳିଯାଇଥିବାରୁ ତାଙ୍କ ପାଖରେ ସମନ୍‌ ପହଞ୍ଚି ନାହିଁ। ଅନ୍ୟପକ୍ଷରେ ସୀତାରାମ ୟେଚୁରୀ ଙ୍କ ପକ୍ଷରୁ କୁହାଯାଉଛି ଯେ ତାଙ୍କ ଠିକଣା ବଦଳିଯାଇଥିବାରୁ ତାଙ୍କ ପାଖରେ ସମନ୍‌ ପହଞ୍ଚି ନାହିଁ। ଏହାପରେ ନ୍ୟାୟାଳୟ ଆଉଥରେ ସମନ୍‌ ପଠାଇଛନ୍ତି। ନ୍ୟାୟାଳୟ ଉଭୟ ନେତାଙ୍କ ଏପ୍ରିଲ ୩୦ ତାରିଖରେ କୋର୍ଟରେ ଉପସ୍ଥିତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post