Sat. Sep 12th, 2026

ଏନ୍‌କାଉଣ୍ଟରେ ୫ ମାଓବାଦୀ ନିହତ

216 Views

ମାଲକାନଗିରି, ନଭେମ୍ବର,୫: ଓଡ଼ିଶା ପୁଲିସ୍‌କୁ ଏକ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେସନ୍ ବେଳେ ୫ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବା କୁହାଯାଉଛି।ମାଲକାନଗିରି ଜିଲ୍ଲା କାଳିମେଳାର ପପୁଲୁରୁରେ ଗତକାଲି ଏହି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏସ୍ଓଜି ଦ୍ୱାରା ଆରମ୍ଭ ହୋଇଥିବା ଏହି ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀ ମାନେ ଲୁଚି ରହିଥିବା ନେଇ ଖବର ମିଳିଥିଲା।

ଏହାପରେ ଚାରିଆଡ଼ୁ ମାଓବାଦୀଙ୍କୁ ଯବାନମାନେ ଘେରି ଯାଇଥିଲେ। ତେବେ ହଠାତ୍‌ ଯବାନଙ୍କ ଉପରକୁ ମାଓବାଦୀମାନେ ଗୁଳିମାଡ଼ କରିଥିଲେ। ଯାହାର ଜବାବ ଦେଇଥିଲେ ଯବାନ।ତେବେ କାଲିମେଳା ଦଳମ୍‌ର ମାଓବାଦୀ ନେତା ରଣଦେବ ଖସି ଯାଇଥିବା ସୂଚନା ମିଳିଛି।ଗତକାଲି ରାତିରୁ ଆରମ୍ଭ ହୋଇଥିବା ଏହି ଅପରେସନ୍ ଏବେ ଯାଏ ବି ଜାରି ରହିଛି। ଘଟଣାସ୍ଥଳରୁ ବ୍ୟାପକ ପରିମାଣର ମାରଣାସ୍ତ୍ର ଏବଂ ଗୋଳା ବାରୁଦ ଜବତ ହୋଇଛି।ଏହି ଅପରେସନ୍ ଓଡ଼ିଶା ପୁଲିସ୍‌ର ଉଲ୍ଲେଖନୀୟ ସଫଳତା ବୋଲି ଡିଜିପି ଆର୍‌ପି ଶର୍ମା କହିଛନ୍ତି।

By amfnews

Related Post