Fri. Apr 24th, 2026

ଏନସିବି କାର୍ଯ୍ୟାଳୟରେ ପହଞ୍ଚିଲେ ରାକୁଲ, ଆରମ୍ଭ ହେଲା ଜେରା

368 Views

ମୁମ୍ବାଇ: ସମନ ପାଇବା ପରେ ଜେରା ପାଇଁ ଅଭିନେତ୍ରୀ ରାକୁଲ ପ୍ରୀତ ଏନସିବି କାର୍ଯ୍ୟାଳୟ‌ୋ ପହଞ୍ଚିଛନ୍ତି। ଡ୍ରଗ୍ସ ଲିଙ୍କ ସମ୍ପର୍କରେ ଏନସିବି ଟିମ୍ ରାକୁଲଙ୍କୁ ପଚରାଉଚରା କରିବ। ଏନସିବି ପାଖରେ ରାକୁଲଙ୍କ ଡ୍ରଗ୍ସ ଚାଟ୍ ରହିଛି। ଏହି ଚାଟ୍ କୁ ନେଇ ଏନସିବି ରାକୁଲଙ୍କୁ ଜେରା କରିବାକୁ ଥିବା ବେଳେ ଅନେକ ଗୁମର ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ଏନସିବିର ଜେରା ସମୟରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ରାକୁଲଙ୍କ ନାଁ ନେଇଥିଲେ।

ତେବେ ଜେରା ପାଇଁ ବୁଧବାର ରାକୁଲଙ୍କୁ ସମନ ପଠାଯାଇଥିବା ବେଳେ ଗୁରୁବାର ତାଙ୍କୁ ଏନସିବି କାର୍ଯ୍ୟାଳୟକୁ ଆସିବା ପାଇଁ କୁହାଯାଇଥିଲା। କିନ୍ତୁ ସେ ସମନ ପାଇନଥିବା କହି ଏନସିବି କାର୍ଯ୍ୟାଳୟରେ ପହଞ୍ଚିନଥିଲେ। ଗୁରୁବାର ତାଙ୍କୁ ଏନସିବି ପକ୍ଷରୁ ସମନ ମିଳିବା ପରେ ଆଜି ସେ ଜେରା ପାଇଁ ପହଞ୍ଚିଛନ୍ତି।

ରାକୁଲ ପ୍ରୀତ ସିଂଙ୍କ ପରେ ଏନସିବି କରିସ୍ମା ପ୍ରକାଶଙ୍କୁ ପଚରାଉଚରା କରିବ। ଜେରା ପାଇଁ କରିସ୍ମା ଏନସିବି କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି | ତେବେ ଡ୍ରଗ୍ସ ଲିଙ୍କକୁ ନେଇ ଅନେକ ବଲିଉଡ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ଆଜି ଏନସିବି ପକ୍ଷରୁ ମୁମ୍ବାଇର ତିନୋଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଅନ୍ଧେରୀ ଏବଂ ପୋୱାଇ ଅଞ୍ଚଳରେ ଏନସିବିର ଚଢ଼ଉ ଜାରି ରହିଛି।

By amfnews

Related Post