Fri. Apr 24th, 2026

ଏନସିଇଆରଟିର ନକଲି ବହି ଛାପି ବାପ-ପୁଅ ଗିରଫ

268 Views

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ବାପ-ପୁଅ ଏନସିଇଆରଟିର କେତେକ ନକଲି ବହି ଛାପୁଥିଲେ। ଏ ସଂପର୍କରେ ଖବର ପାଇବା ପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିଲା ଓ ଘଟଣା ସ୍ଥଳରୁ ଅଭିଯୁକ୍ତ ବାପ ପୁଅକୁ ଗିରଫ କରିଥିଲା ପୁଲିସ। ଏହି ଚଢାଉ ସମୟରେ ଦଶମ ଶ୍ରେଣୀର ୮୦୫ଟି ଗଣିତ ପୁସ୍ତକ, ନବମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ହିନ୍ଦୀର ସ୍ପର୍ଶଭାଗ-୧ର ୧୧୦୦ଟି ପୁସ୍ତକ, ଦଶମ ଶ୍ରେଣୀର ଇଂରାଜି, ଦ୍ୱାଦଶ ଶ୍ରେଣୀର ୩୦୦ଟି ମାଇକ୍ରୋ ଇକୋନୋମିକ୍‌ସ ପୁସ୍ତକ,୧୨୦ଟି ରସାୟନ ବିଜ୍ଞାନ ପୁସ୍ତକ ଜବତ କରାଯାଇଛି।

ପୁଲିସ ଏନସିଇଆରଟିର ଅଧିକାରୀମାନଙ୍କୁ ସାଙ୍ଗରେ ଧରି ଗାଜିପୁର ଗାଆଁରେ ଏକ ପ୍ରେସରେ ଚଢାଉ କରିଥିଲେ। ସେଠାରେ ୩୫ ଜଣ କାମ କରୁଥିଲେ। ଏଭଳି ନକଲି ବହି ଛାପିବା ଅଭିଯୋଗରେ ମାଲିକ ରାଜନ କୁମାର (ବାପା) ଓ ପୁଅ ଅଭିଷେକକୁ ପୁଲିସ ଗିରଫ କରିଛି। ଏମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡର ୪୨୦ ଓ ୬୩/୬୪ ଧାରାରେ ମାମଲା ରୁଜ୍ଜୁ ହୋଇଛି।

By amfnews

Related Post