Sun. Oct 4th, 2026

ଏଣିକି ରେଳବାଇ ମଗଣାରେ ରିଚାର୍ଜ କରିବ ଆପଣଙ୍କ ଫୋନ୍‌!

387 Views

ନୂଆଦିଲ୍ଲୀ  : ଭାରତୀୟ ରେଳବାଇ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌ ଉପାରେ ଲଗାମ୍‌ ଲଗାଇବା ପାଇଁ ପୂରା ପ୍ରସ୍ତୁତି କରି ସାରିଛି। ରେଳବାଇ ପକ୍ଷରୁ କିଛିଦିନ ପୂର୍ବରୁ ଦେଶର କିଛି ଷ୍ଟେସନ୍‌ରେ ‘ବୋତଲ କ୍ରସର’ ମେସିନ୍‌ ଲଗା ଯାଇଥିଲା, ଏହି ମେସିନ୍‌ରେ ପାଣି ବୋତଲକୁ କ୍ରସ୍‌ କରିବା ଉପରେ ଯାତ୍ରୀଙ୍କୁ ୫ଟଙ୍କାର କ୍ୟାସ୍‌ବ୍ୟାକ୍‌ ଦିଆଯାଉଥିଲା। ଏବେ ରେଳବାଇ ଏମିତି ଯୋଜନା ଆଣୁଛନ୍ତି ଯେଉଁଥିରେ ଆପଣ ପ୍ଲାଷ୍ଟିକ୍‌ ବୋତଲ ଫେରାଇଲେ ଆପଣଙ୍କ ଫୋନ୍‌ ରିଚାର୍ଜ କରି ଦିଆଯିବ। ତା’ପୁଣି ମାଗଣାରେ।

ରେଳବାଇ ପକ୍ଷରୁ ଦେଶର ବିଭିନ୍ନ ଷ୍ଟେସନ୍‌ରେ ପ୍ଲାଷ୍ଟିକ୍‌ ବୋତଲ ନଷ୍ଟ କରିବାର ମେସିନ୍‌ ଲଗାଯାଇଥିଲା। ଏହି ମେସିନ୍‌ରେ ଖାଲି ବୋତଲ ପକାଇବା ଦ୍ୱାରା ରିଓ୍ଵାର୍ଡ ଦିଆଯାଉଥିଲା। ନୂଆଦିଲ୍ଲୀ ସମେତ ଦେଶର ଅନ୍ୟ ଷ୍ଟେସନ୍‌ରେ ପାଖାପାଖି ୪୦୦ ମେସିନ୍‌ ଲଗାଯାଉଛି। ଆପଣ ବ୍ୟବହାର କରି ସାରିଥିବା ପାଣି ବୋତଲକୁ ନଷ୍ଟ କରି ଏହି ମେସିନ୍‌ରେ ପକାଇଲେ, ତାହା ବୋତଲକୁ ପ୍ଲାଷ୍ଟିକ୍‌ର ଛୋଟଛୋଟ ଖଣ୍ଡରେ ପରିବର୍ତ୍ତନ କରିଦେବ। ଯାହାକି ପୁନର୍ବାର ବ୍ୟବହାର ଉପଯୋଗୀ ହୋଇପାରିବ।

ଏବେ ଯାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରେଳବାଇ ଏହି ମେସିନ୍‌ ଜରିଆରେ ଆପଣଙ୍କ ଫୋନ୍‌ ରିଚାର୍ଜ କରିବାର ସୁବିଧା ଦେଉଛି। ଯଦି ଆପଣ ବି ଆପଣଙ୍କ ମୋବାଇଲ ଚିଚାର୍ଜ କରିବାକୁ ଚାହୁଁଛନ୍ତି, ତେବେ ଏହି ମେସିନ୍‌ରେ ମୋବାଇଲ ନମ୍ବର ଦିଅନ୍ତୁ। ଏହାପରେ ଆପଣଙ୍କ ମୋବାଇଲ ରିଚାର୍ଜ ହୋଇଯିବ। ତେବେ ଫୋନ୍‌ରେ କେତେ ଟଙ୍କା ରିଚାର୍ଜ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳି ପାରି ନାହିଁ।

By amfnews

Related Post