Wed. Aug 26th, 2026

ଏଠି ପରଦାରେ ଦୁଇ ମିନିଟର ଅଭିନୟ, ଆଇଟମ ଡ୍ୟାନ୍ସ ଏବଂ ରୋମାଣ୍ଟିକ ଦୃଶ୍ୟ କରିବା ପାଇଁ ହିରୋ ସହ ରାତି ବିତେଇବାକୁ ପଡ଼େ: କଙ୍ଗନା

472 Views

ନୂଆଦିଲ୍ଲୀ  : ସୁଶାନ୍ତଙ୍କ ମୃତ୍ୟୁ ସହ ଡ୍ରଗ୍ସର ସଂଯୋଗ ଥିବା କଥା ସାମ୍ନାକୁ ଆସିବା ପରଠାରୁ ବଲିଉଡ ଦୁଇଫାଳ ହୋଇଯାଇଛି। କିିଛି କଳାକାର ଡ୍ରଗ୍ସ କାରବାର ନେଇ ଏହାର ତଦନ୍ତ ହେବା ଦରକାର ବୋଲି ଦାବି କରୁଥିବା ବେଳେ କିଛି ଏହାକୁ ବିରୋଧ କରୁଛନ୍ତି। ଡ୍ରଗ୍ସ ବିବାଦକୁ ନେଇ ସାଂସଦ ତଥା ଅଭିନେତା ରବି କିଶନ ଏବଂ ଅଭିନେତ୍ରୀ କଙ୍ଗନା ରାଣାୱତ୍ ତଦନ୍ତ କରିବାକୁ ଦାବି କରୁଥିବା ବେଳେ ମଙ୍ଗଳବାର ସଂସଦରେ ଏହାକୁ ବିରୋଧ କରିଥିଲେ ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ। ସେ କହିଥିଲେ ଯେ, ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜର ଏକ ନାମ ଅର୍ଜନ କରିଛନ୍ତି ସେମାନେ ଏହାକୁ ବଦନାମ କରିବାକୁ ଚାହୁଛନ୍ତି। ଯେଉଁ ଥାଳିରେ ଖାଉଛନ୍ତି, ସେହି ଥାଳିରେ କଣା କରୁଛନ୍ତି।

ଜୟା ବଚ୍ଚନଙ୍କ ଏଭଳି ବୟାନର ଜବାବରେ କଙ୍ଗନା କହିଛନ୍ତି ଯେ, ଜୟା ଜୀ ଏବଂ ତାଙ୍କ ଇଣ୍ଡଷ୍ଟ୍ରି କେଉଁ ଥାଳି କଥା କହୁଛନ୍ତି? ଯେଉଁ ଥାଳିରେ ପରଦାରେ ଦୁଇ ମିନିଟର ଅଭିନୟ, ଆଇଟମ ଡ୍ୟାନ୍ସ ଏବଂ ରୋମାଣ୍ଟିକ ଦୃଶ୍ୟ କରିବା ପାଇଁ ହିରୋ ସହ ରାତି ବିତେଇବାକୁ ପଡ଼େ। ମୁଁ ଏହି ଇଣ୍ଡଷ୍ଟ୍ରିକୁ ନାରୀବାଦ ଶିଖାଇଛି। ଦେଶ ଭକ୍ତି ଏବଂ ନାରୀପ୍ରଧାନ ଚଳଚ୍ଚିତ୍ରରେ ଥାଳିକୁ ସଜାଇଛି। ଏହା ମୋର ନିଜର ଥାଳି, ଆପଣଙ୍କର ନୁହେଁ ବୋଲି ଲେଖିଛନ୍ତି କଙ୍ଗନା।

By amfnews

Related Post