Wed. Aug 19th, 2026

ଏକ୍ସପାଏରୀ ପୂର୍ବରୁ ଫୋପଡ଼ା ହୋଇଛି ପୁଳାପୁଳା ଔଷଧ

212 Views

ଭଦ୍ରକ ୧୮/୧୧ : ଏକ୍ସପାଏରୀ ପୂର୍ବରୁ ପୁଳାପୁଳା ଔଷଧ ଫୋପଡ଼ା ହୋଇଛି। ଭଦ୍ରକ ଜିଲ୍ଲା ଚନ୍ଦନପୁର ଅଙ୍ଗନବାଡ଼ି କେନ୍ଦ୍ର ପଛପାଖ ପୋଖରୀ ହୁଡ଼ାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।

ଏଗୁଡ଼ିକ ସରକାର ଯୋଗାଇ ଦେଉଥିବା ଫଲିକ୍ ଏସିଡ ସିରପ୍ ବୋଲି ଜଣାପଡ଼ିଛି। ଏହାର ବୈଧତା ୨୦୧୮ ନଭେମ୍ବର ଯାଏ ରହିଛି।

ମାଗଣା ସରକାରୀ ଔଷଧ ବଣ୍ଟା ନ ଯାଇ ନଷ୍ଟ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ ଲୋକମାନେ ଆଣିଥିବା ଏହି ଅଭିଯୋଗକୁ ଅଙ୍ଗନବାଡ଼ି କର୍ମୀ ଖଣ୍ଡନ କରିଛନ୍ତି।

ତେବେ ଏକ୍ସପାଏରୀ ପୂର୍ବରୁ କିଏ ଏବଂ କାହିଁକି ଏଭଳି ସିରପ୍‌ ଗୁଡିକୁ ଫୋପାଡିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାସୁଦେବପୁର ସିଡିପିଓ କହିଛନ୍ତି।

By amfnews

Related Post