Sat. Jun 13th, 2026

ଏକତରଫା ପ୍ରେମ: ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା, ୩ ଗିରଫ

259 Views

ଥାନେ, ଡିସେମ୍ବର ୨୭ : ଜଣେ ମହିଳାଙ୍କ ପ୍ରତି ଏକତରଫା ପ୍ରେମ ଜଣେ ଯୁବକଙ୍କୁ ଖୁବ୍‌ ମହଙ୍ଗା ପଡ଼ିଛି। ମହିଲା ଓ ତାଙ୍କର ଅନ୍ୟ ଦୁଇଜଣ ସମ୍ପର୍କୀୟ ମିଶି ସମ୍ପୃକ୍ତ ଯୁବକଙ୍କ ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏହି ଘଟଣାରେ ପୁଲିସ ସମ୍ପୃକ୍ତ ମହିଳା ଓ ତାଙ୍କ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଯୁବକ ଜଣକ ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହିତ ତାଙ୍କ ସହିତ ଶରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।ଏଥିରେ ଅତିଷ୍ଟ ହୋଇ ମହିଳାଜଣକ ଏ ସମ୍ପର୍କରେ ତାଙ୍କର ଦୁଇଜଣ ପୁରୁଷ ବନ୍ଧୁଙ୍କୁ ଜଣାଇଥିଲେ। ପରେ ଯୋଜନାବଦ୍ଧଭାବେ ମହିଳାଜଣକ ଏକ ନିଛାଟିଆ ସ୍ଥାନକୁ ଯୁବକଙ୍କୁ ପ୍ରଲୋଭିତ କରି ଡାକିଥିଲେ। ଏଥିରେ ଆକର୍ଷିତ ହୋଇ ଯୁବକ ଜଣକ ସେଠାରେ ପହଞ୍ଚିବା ପରେ ମହିଳାଙ୍କ ଦୁଇ ପୁରୁଷ ବନ୍ଧୁ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ। ପରେ ଏକ ଧାରୁଆ ଅସ୍ତ୍ରରେ ମହିଳା ଜଣକ ଯୁବକଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ସହିତ ତାଙ୍କ ଦୁଇ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି।
ଏ ସମ୍ପର୍କରେ ଯୁବକଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଧନେଶ୍ୱର କହିଛନ୍ତି ଯେ ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କୁ ମସ୍ତିସ୍କରେ ଗଭୀର ଆଘାତ ଲାଗିଥିବା ବେଳେ ଗୁପ୍ତାଙ୍ଗ ଛେଦନ ଯୋଗୁଁ ତାଙ୍କ ଜୀବନ ରକ୍ଷା ବର୍ତ୍ତମାନ ପ୍ରାଥମିକ ଗୁରୁତ୍ୱ ବୋଲି ଡା. ଧନେଶ୍ୱର କହିଛନ୍ତି।

By amfnews

Related Post