Thu. Aug 13th, 2026

ଉପେନ୍ଦ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

213 Views

ପାରାଦୀପ : ପାରାଦୀପ ମାଛଧରା ବନ୍ଦରର ୧ ନମ୍ବର ଜେଟିରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ଉପେନ୍ଦ୍ର ପରିଡ଼ା। ସେ କାଳିଆ କାହ୍ନୁ ବୋଟରେ ମତ୍ସ୍ୟଜୀବୀ ଭାବେ କାର୍ଯ୍ୟ କରୁଥିଲେ।

ଗତ ଚାରି ଦିନ ହେବ ଉପେନ୍ଦ୍ର ନିଖୋଜ ଥିଲେ। ଆଜି ତାଙ୍କ ମୃତଦେହ ୧ନମ୍ବର ଜେଟିରେ ଭାସୁଥିବା କିଛି ମତ୍ସ୍ୟଜୀବୀ ଦେଖିଥିଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଖୋଳତାଡ଼ କରୁଛି। ଉପେନ୍ଦ୍ରଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଭାଇ ପାରାଦୀପ ମେରାଇନ୍‌ ଥାନାରେ ଏକ ଏତଲା ଦେଇଛନ୍ତି।

By amfnews

Related Post