Fri. Jul 3rd, 2026

ଉପସାଗରରେ ଅସୁରକ୍ଷା ବଢ଼ାଉଛନ୍ତି ବିଦେଶୀ ଶକ୍ତି: ଇରାନୀୟ ରାଷ୍ଟ୍ରପତି ହସନ୍‌ ରୌହାନି

233 Views

ତେହେରାନ୍‌  : ଯୁକ୍ତରାଷ୍ଟ୍ର ଆମେରିକା ଅଧିକ ସୈନ୍ୟ ମୁତୟନ କରିବାକୁ ଆଦେଶ ଦେବା ପରେ ରବିବାର ଦିନ ଇରାନ୍‌ର ରାଷ୍ଟ୍ରପତି ହସନ୍‌ ରୌହାନି କହିଛନ୍ତି ଯେ ଉପସାଗରରେ ବିଦେଶୀ ଶକ୍ତିଙ୍କ ଉପସ୍ଥିତି ଅସୁରକ୍ଷା ସୃଷ୍ଟି କରୁଛି।

ବାର୍ଷିକ ସାମରିକ ପରେଡ୍‌ରେ ଟେଲିଭିଜନ୍‌ରେ ପ୍ରସାରିତ ଭାଷଣରେ ରୌହାନି କହିଛନ୍ତି: ଆମ ଲୋକ ଏବଂ ଆମ ଅଞ୍ଚଳ ପାଇଁ ବିଦେଶୀ ଶକ୍ତି ସମସ୍ୟା ଓ ଅସୁରକ୍ଷା ସୃଷ୍ଟି କରିବେ। ଶାନ୍ତି ନିମନ୍ତେ ଇରାନ୍‌ ଜାତିସଂଘକୁ ଗୋଟାଏ ଆଞ୍ଚଳିକ ସହଯୋଗ ଯୋଜନାର ପ୍ରସ୍ତାବ ଦେବ। ସେପ୍ଟେମ୍ବର ୧୪ ତାରିଖରେ ସାଉଦି ଆରବ ତୈଳକୂପ ଉପରେ ଡ୍ରୋନ୍‌ ଆକ୍ରମଣ ଘଟଣାରେ ଓ୍ଵାସିଂଟନ୍‌ ଏବଂ ରିୟାଦ୍‌ ତେହେରାନ୍‌କୁ ଦୋଷ ଦେବାରୁ ଇରାନ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଉତ୍ତେଜନା ଦେଖା ଦେଇଛି।

ସାଉଦି ଆରବର ଅନୁରୋଧ କ୍ରମେ ଯୁକ୍ତରାଷ୍ଟ୍ର ଆମେରିକା ସୈନ୍ୟ ପ୍ରେରଣ କରୁଛି ବୋଲି ଶୁକ୍ରବାର ଦିନ ଓ୍ଵାସିଂଟନ୍‌ ଘୋଷଣା କରିଥିଲା। ଉପସାଗରୀୟ ଅଞ୍ଚଳରେ ଥିବା ବିଦେଶୀ ଶକ୍ତିମାନେ ଦୂରେଇ ଯିବାକୁ ରବିବାରର ଭାଷଣରେ ରୌହାନି କହିଛନ୍ତି। ଯଦି ସେମାନେ ସତ୍ୟନିଷ୍ଠ ସେମାନେ ଆମ ଅଞ୍ଚଳକୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାସ୍ଥଳୀ କରିବେ ନାହିଁ। ଆପଣମାନଙ୍କର ଉପସ୍ଥିତି ସବୁବେଳେ ଆମ ଅଞ୍ଚଳକୁ ଯନ୍ତ୍ରଣା ଓ ଦୁଃଖ ଆଣିଛି। ଆପଣମାନେ ଆମ ଅଞ୍ଚଳ ଓ ଆମ ଦେଶ ଠାରୁ ଯେତେ ଦୂରେଇ ରହିବେ, ଆମ ଅଞ୍ଚଳରେ ସେତେ ସୁରକ୍ଷିତ ରହିବ।

ଇରାନ୍‌ ଜାତିସଂଘକୁ ଗୋଟାଏ ଶାନ୍ତି ପ୍ରସ୍ତାବ ଦେବ ବୋଲି ରୌହାନି କହିବା ସହ କହିଛନ୍ତି: ଏଇ ସ୍ପର୍ଶକାତର ଏବଂ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ବେଳାରେ ଆମେ ପଡ଼ୋଶୀମାନଙ୍କ ଆଗରେ ଘୋଷଣା କରୁଛୁ ଯେ ଆମେ ସେମାନଙ୍କ ପ୍ରତି ବନ୍ଧୁତା ଏବଂ ଭ୍ରାତୃତ୍ୱର ହାତ ବଢ଼ାଉଛୁ।

By amfnews

Related Post