Tue. Sep 8th, 2026

ଉନ୍ମତ୍ତ କାଣ୍ଡ ଘଟାଇ ପ୍ରେମ ପାଗଳ ଯୁବକ ଗିରଫ

307 Views

ଭଞ୍ଜନଗର : ଭଞ୍ଜନଗର ଥାନା ଇଲାକରେ ଏକତରଫା ପ୍ରେମରେ ବିଫଳ ଜଣେ ଯୁବକର ଉନ୍ମତ୍ତ କାଣ୍ଡ ଘଟାଇଛି। ଯୁବତୀଙ୍କ ଓଠକୁ କାମୁଡ଼ିବାରୁ ସେ ଆହତ ହୋଇଥିବା ଜଣାପଡ଼ିଛି। ଆଉ ଏଭଳି ପାଗଳାମୀ ଘଟାଇଥିବା ସିତୁନ୍ କର (୨୩) ନାମକ ଜଣେ ଯୁବକକୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ତଦନ୍ତ ଅଧିକାରୀ ଏସଆଇ ଲିତାରାଣୀ ପରିଡ଼ା ସୂଚନା ଦେଇଛନ୍ତି। ଅଭିଯୋଗ ଅନୁସାରେ ସିତୁନ୍ ଗଲା କିଛି ଦିନ ହେଲା ୨୨ ବର୍ଷର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ ନିବେଦନ କରି ଆସୁଥିଲା। ଏହାସହ ବହୁବାର ଫୋନ୍ କରି ହଇରାଣ କରୁଥିଲା। ଗତ ୧୦ ତାରିଖରେ ଯୁବତୀଜଣକ ତାଙ୍କ ସାନଭାଉଣୀ ସହ ମନ୍ଦିରକୁ ଯାଉଥିବା ବେଳେ ସିତୁନ୍ ସେଠାରେ ପହଞ୍ଚି ତାଙ୍କୁ ପ୍ରେମ ନିବେଦନ କରି ଓଠକୁ କାମୁଡ଼ି ଫେରାର୍ ହୋଇ ଯାଇଥିଲା। ପରିବାର ଲୋକେ ଏନେଇ ଭଞ୍ଜନଗର ଥାନାରେ ଏତଲା ଦେବା ପରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଆଜି ଅଭିଯୁକ୍ତ ସିତୁନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

By amfnews

Related Post