Wed. Oct 14th, 2026

ଉଦ୍ଧାର ହେଲା ମାଲେସୀୟ ଜାହାଜ ‘ଜିନ୍ ହ୍ୱା-୩୨’

269 Views

କୃଷ୍ଣପ୍ରସାଦ : ପ୍ରାୟ ଦେଢ଼ ମାସ ପରେ ଚିଲିକା ରାଜହଂସ କୂଳରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ୍ ହ୍ୱା-୩୨’ ଉଦ୍ଧାର ହୋଇଛି। ସିଙ୍ଗାପୁର ଜାହାଜ ଏମ୍‌ଭି-“ଚିତା”ର ଦୀର୍ଘ ସମୟର ଉଦ୍ୟମ ପରେ ‘ଜିନ୍ ହ୍ୱା-୩୨’ ଉଦ୍ଧାର ହୋଇଛି। ଏବେ ‘ଜିନ୍ ହ୍ୱା-୩୨’ ଜାହାଜ ଗଭୀର ସମୁଦ୍ରକୁ ଚାଲି ଯାଇଛି। ଏହି ଉଦ୍ଧାର କାର୍ଯ୍ୟରେ ସିଙ୍ଗାପୁର ୧୫ ଜଣିଆ ଟିମ୍‌ ନିୟୋଜିତ ହୋଇଥିଲେ।

ଗତ ଅଗଷ୍ଟ ୨ ତାରିଖରେ ବାଂଲାଦେଶରରୁ ଆସିଥିବା ଏହି ମାଲେସୀୟ ଜାହାଜ ବିଶାଖାପାଟଣା ବନ୍ଦର ଅଭିମୁଖେ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଅଚଳ ହୋଇଯାଇଥିଲା। ସେହି ସମୟରେ ପାଗ ଖରାପ ଓ ସମୁଦ୍ରରେ ଜୁଆର କାରଣରୁ ଏହା ଆପେ ଆପେ ଭାସି ଆସି ଚିଲିକା ହ୍ରଦର ରାଜହଂସ କୂଳରେ ଲାଗିଥିଲା। ଜାହାଜରେ ୭ ଜଣ ନାବିକ ଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସମୁଦ୍ର ଜୁଆର ମାଡ଼ରେ ଜାହାଜଟି ବାଲିରେ ୫୦ରୁ ୬୦ ଫୁଟ୍‌ ପୋତି ଯାଇଥିଲା। ଯାହା ଚିଲିକା ପାଇଁ ବିପଦ ସୃଷ୍ଟି କରୁଥିଲା। ଅନ୍ୟପକ୍ଷରେ ଜାହାଜରେ ୧୩ ହଜାର ଲିଟର ତେଲ ରହିଥିବା ଏବଂ ଏହି ତେଲ ଚିଲିକା ଜଳରାଶିରେ ମିଶିବା ଆଶଙ୍କା ଥିବାରୁ କିଛି ଦିନ ତଳେ ଏହି ତେଲକୁ ସୁରକ୍ଷିତ ଭାବେ  ନିଷ୍କାସନ କରାଯାଇଥିଲା।

By amfnews

Related Post