Sun. Apr 26th, 2026

ଉତ୍ତର ପ୍ରଦେଶର ସମସ୍ତ ୮୦ ଆସନରେ ଏକାକୀ ଲଢ଼ିବ କଂଗ୍ରେସ: ଗୁଲାମ ନବି ଆଜାଦ

423 Views

ଲକ୍ଷ୍ନୌ,13,Jan. 2019: ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ରୋମାଂଚକ ରାଜନୀତି ଦେଖାଯିବ। ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଶନିବାର ମେଣ୍ଟ କରିବା ପରେ କଂଗ୍ରେସ ଏଠାରେ ଏକ ଘରକିଆ ହୋଇଯାଇଛି। ଫଳରେ କଂଗ୍ରେସ ବାଧ୍ୟ ହୋଇ ଏଠାରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶ କଂଗ୍ରେସ ଏକାକୀ ୮୦ ଆସନରେ ଲଢ଼ିବ। ଏଥି ପାଇଁ ଦଳ ରଣନୀତି ପ୍ରସ୍ତୁତ କରୁଛି।

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କଂଗ୍ରେସ ପ୍ରଭାରୀ ଗୁଲାମ ନବି ଆଜାଦ, ଉତ୍ତର ପ୍ରଦେଶ କଂଗ୍ରେସ ସଭାପତି ରାଜ ବବ୍ଦର ସମେତ ଅନ୍ୟ ବରିଷ୍ଠ ନେତା ବୈଠକରେ ଉପସ୍ଥିତ ଥିଲେ। ଗୁଲାମ ନବି କହିଛନ୍ତି, ଆମେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ପୂରା ଶକ୍ତି ସହିତ ନିଜର ବିଚାରଧାରା ପାଳନ କରି ଏହି ଲୋକସଭା ନିର୍ବାଚନରେ ଲଢ଼ିବୁ ଏବଂ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବୁ। ଆମେ ଉତ୍ତର ପ୍ରଦେଶର ସମସ୍ତ ୮୦ ଆସନରେ ନିର୍ବାଚନ ଲଢ଼ିବୁ। ଏଥି ପାଇଁ ଆମେ ପ୍ରସ୍ତୁତି ହୋଇ ସାରିଛୁ। ଫଳାଫଳ ଉତ୍ତମ ହେବ।

By amfnews

Related Post