Thu. May 14th, 2026

ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢ଼ାଇଲେ ମୋଦି

305 Views

ନୂଆଦିଲ୍ଲୀ  : ‘ପ୍ରତିବନ୍ଧକ ଟପି ସଫଳତା ପାଇବା ହେଉଛି ଆମର ସଭ୍ୟତା। ଆଜିର ଶିକ୍ଷା ଆମକୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ। ଧୈର୍ଯ୍ୟ  ନ ହରାଇ ସାହସୀ ହୁଅନ୍ତୁ। ପରିଶ୍ରମ ସଫଳ ହେବ, ଆଗାମୀ ଦିନରେ ଆମେ ଲକ୍ଷ୍ୟପଥରେ ନିଶ୍ଚୟ ପହଞ୍ଚିପାରିବା।’ ଚନ୍ଦ୍ର ଅଭିଯାନରେ ଯାଇଥିବା ଲ୍ୟାଣ୍ଡର ବିକ୍ରମ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଭାଙ୍ଗି ପଡ଼ିଥିବା ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢ଼ାଇବା ପାଇଁ ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବେଙ୍ଗାଲୁରୁ ଇସ୍ରୋ ମୁଖ୍ୟାଳୟରୁ ଆଜି ସକାଳେ ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ ସେ ଏ କଥା କହିଥିଲେ।

ଇସ୍ରୋର ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ, ‘ଆପଣମାନେ ଦେଶବାସୀଙ୍କୁ ଗର୍ବିତ କରିବାକୁ ଜୀବନ ଉତ୍ସର୍ଗ କରିଛନ୍ତି। ମୁଁ ଆପଣମାନଙ୍କ ମନର ଭାବନାକୁ ଅନୁଭବ କରିପାରୁଛି। ଆମେ ଆମ ବୈଜ୍ଞାନିକଙ୍କ କାର୍ଯ୍ୟ ପାଇଁ ଗର୍ବିତ। ଆମେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି, ହେଲେ ନିରାଶ ହୋଇନାହାନ୍ତି।’ ସେ ଆହୁରି କହିଥିଲେ,‘ଭାରତବାସୀ ଆପଣମାନଙ୍କ ସହ ରହିଛନ୍ତି। ଆମକୁ ସଫଳତା ନିଶ୍ଚିତ ମିଳିବ।’

By amfnews

Related Post