Sat. Sep 5th, 2026

ଇନ୍‌ଭର୍ଟର୍‌ ଯାଞ୍ଚ କରିବା ବେଳେ ବିଜୁଳି ଆଘାତ ଯୋଗୁଁ ଜଣେ ମୃତ

365 Views

ବାଲେଶ୍ୱର  : ଶୁକ୍ରବାର ସକାଳେ ଚାନ୍ଦିପୁର ଥାନା ଅଧୀନ ବଡ଼କିଆ ଅଞ୍ଚଳରେ ଜଣେ ବ୍ୟକ୍ତି ବିଜୁଳି ଆଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ମୃତବ୍ୟକ୍ତି ହେଉଛନ୍ତି ବଡ଼କିଆଗ୍ରାମ ନିବାସୀ ବାବୁଲି ସାମଲଙ୍କ ୩୫ ବର୍ଷିୟ ପୁଅ ବସନ୍ତ। ବସନ୍ତ ଆଜି ସକାଳ ସାଢ଼େ ସାତଟାରୁ ଆଠଟା ମଧ୍ୟରେ ନିଜ ଗାଁ’ରେ ଥିବା ଭୀମା ଦେ’ଙ୍କ ତେଜରାତି ଦୋକାନକୁ ସାମ୍ପୋ ଖରିଦ କରିବାକୁ ଯାଇଥିଲେ।

ଭୀମାଙ୍କ ଦୋକାନରେ ଲାଗିଥିବା ଇନ୍‌ଭର୍ଟର୍‌କୁ ବିଜୁଳି ପ୍ରବାହ ହେଉ ନ ଥିଲା। ତେଣୁ ସେ ପାଣି ପମ୍ପ୍‌ ଦୋକାନରେ କାମ କରୁଥିବା ବସନ୍ତଙ୍କୁ ଏ କଥା କହିଲେ। ବସନ୍ତ ଇନ୍‌ଭର୍ଟର୍‌ଟିକୁ ଯାଞ୍ଚ କରୁଥିବା ସମୟରେ ବିଜୁଳି ଆଘାତ ପାଇ ଚିତ୍କାର କରିଥିଲେ।

ତୁରନ୍ତ ବସନ୍ତଙ୍କୁ ଉପସ୍ଥିତ ଲୋକେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। କିନ୍ତୁ, ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଛନ୍ତି।ବସନ୍ତଙ୍କ ଶବ ଡାକ୍ତରଖାନାରେ ରହିଛି ଏବଂ ଏ ସଂକ୍ରାନ୍ତରେ ଚାନ୍ଦିପୁର ପୁଲିସକୁ ଖବର ଦିଆଯାଇଛି।

By amfnews

Related Post