Thu. Oct 15th, 2026

ଇନର ହୁଇଲ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ

261 Views

ରାଉରକେଲା, ୧୭/୭ :  ଆଜି ଅପରାହ୍ନରେ ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ମିଡ୍ ଟାଉନ ଦ୍ୱାରା ହାଇଟେକ୍ ମେଡିକାଲ କଲେଜ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ହାଇଟେକ୍ ମେଡିକାଲ କଲେଜ ସିଇଓ ଡ.ଏସ୍.କେ. ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ଡ.ପି.ସି. ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ ।

ବୃକ୍ଷ ରୋପଣ ଦ୍ୱାରା ପରିବେଶର ସୁରକ୍ଷା ନିମିତ୍ତ ଇନର ହୁଇଲ୍ କ୍ଲବ୍ର ଉଦ୍ୟମ । ବର୍ଷାରେ ଭିଜି ଭିଜି ସେମାନେ ଆମ୍ବ, ପିଜୁଳି, ବଉଳ, ନିମ୍ବ ଓ ଅଁଳା, ଜାମୁ ଇତ୍ୟାଦି ଗଛର ଚାରା ରୋପଣ କରିଥିଲେ । ସିଇଓ ଡ.ଆଚାର୍ଯ୍ୟ ଏକ ନିମ୍ବ ଗଛ ଚାରା ରୋପଣ କରିଥିଲେ । ତାହା ଭବିଷୟତରେ ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ହୋଇପାରେ ବୋଲି ଆଶ ପ୍ରକାଶ କରିଥିଲେ ।

କ୍ଲବ୍ ସଭାପତି ପ୍ରତିମା ମହାପାତ୍ର, ସଚିବ ନୀତୁ ଅଗ୍ରୱାଲ, ସମ୍ପାଦକ ଆଶା ଶର୍ମା, କୋଷାଧ୍ୟକ୍ଷ ମହିମା ମହାପାତ୍ର, ସଭ୍ୟ ଆରତୀ ମହାନ୍ତି, ହରପାଲ ରୁପରା, ରୁଗ କକ୍କଡ, ସୁଷମା ପ୍ରସାଦ, ଆଭା ଗୁପ୍ତା, ପ୍ରତିଭା ଦେବୀ, ମିନାକ୍ଷୀ ଭୂୟାଁ ପ୍ରମୁଖ ବୃକ୍ଷ ରୋପଣରେ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ପ୍ରତିମା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Related Post