Tue. Sep 29th, 2026

ଇଣ୍ଡିଆନ୍‌ ବ୍ୟାଙ୍କ୍‌ରୁ ସୁନା ଲୁଟ୍‌

258 Views

ପାତ୍ରପୁର, ନଭେମ୍ବର ୨୭ : ଗ˚ଜାମ ଜିଲ୍ଲା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ତି ଅଧୀନ ସୁରଙ୍ଗି ଗ୍ରାମ ଇଣ୍ତିଆନ୍‌ ବ୍ୟାଙ୍କ୍‌ ଶାଖାରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟ୍‌ ସମୟରେ ଦୁର୍ବୃତ୍ତ ସିସି କ୍ୟାମେରା ଉପାଡ଼ିବା ସହ ସାଇରନ୍‌ ଲାଇଟ୍‌କୁ ବି କାଟି ପକାଇଛନ୍ତି। ତେବେ ସିସି କ୍ୟାମେରାକୁ ଉପାଡ଼ିବା ପୂର୍ବରୁ କିଛି ଦୃଶ୍ୟ ଉତ୍ତୋଳନ ହୋଇଥିବାରୁ ଏହାକୁ ଆଧାର କରି ପୁଲିସ ତଦନ୍ତକୁ ତ୍ବରାନ୍ବିତ କରିଛି।

ସିସି କ୍ୟାମେରାରୁ ମିଳିଥିବା ଫୁଟେଜ ଅନୁସାରେ, ପ୍ରାୟ ଚାରିରୁ ପାଞ୍ଚ ଜଣ ଦୁର୍ବୃତ୍ତ ଯୋଜନାକୁ ରୂପ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ଛାତ ଉପର ରାସ୍ତା ଦେଇ ପ୍ରଥମ ଗ୍ରୀଲ୍‌ ପାର ହୋଇ ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ। ଏହାପରେ ବିଦ୍ୟୁତ୍‌ ଲାଇନ୍‌ କାଟିବା ସହ ସିସି କ୍ୟାମେରାକୁ ଉପାଡ଼ିଥିଲେ। ଏଥିସହିତ, ସାଇରନ୍‌ ଲାଇନକୁ ବି କାଟି ଦେଇଥିଲେ। ପରେ ପ୍ରାୟ ୩ ଲକ୍ଷ ଟଙ୍କାରୁ ଅଧିକ ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି। ଦୁଇ ଜଣ ଯୁବକ ହିଁ ବ୍ୟାଙ୍କ ଭିତରେ ପଶି ଲୁଟିଥିବା ଦେଖିବାକୁ ମିଳିଛି।

By amfnews

Related Post