Fri. Jul 3rd, 2026

ଆସାମ: ଜଳାଶୟରେ କେବଲ୍‌ ପଡ଼ିଯିବାରୁ ମାଛ ଧରୁଥିବା ଜଣେ ପିଲା ସମେତ ୬ ଜଣଙ୍କର ବିଜୁଳି ଆଘାତରେ ମୃତ୍ୟୁ

261 Views

ଗୌହାଟୀ : ଶୁକ୍ରବାର ପ୍ରତ୍ୟୁଷରେ କେନ୍ଦ୍ରୀୟ ଆସାମର ନାଗାଓଁ ଜିଲ୍ଲାର ଏକ ଜଳାଶୟରେ ମାଛ ମାରୁଥିବା ବେଳେ ଏକ ବିଜୁଳି କେବଲ୍‌ ଛିଡ଼ି ପଡ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ତିନି ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ରାଜ୍ୟ ରାଜଧାନୀ ଠାରୁ ପୂର୍ବକୁ ପ୍ରାୟ ୧୩୫ କିଲୋମିଟର ଦୂର ଉତ୍ତର ଖାତୋଓ୍ଵାଲ୍‌ ଗ୍ରାମରେ ପ୍ରାୟ ସକାଳ ୬ଟା ବେଳେ ଅଘଟନ ଘଟିଛି।
ଜଣେ ସ୍ଥାନୀୟ ପୁଲିସ ଅଧିକାରୀଙ୍କ କହନ୍ତି: ଜଳାଶୟରେ ୯ ଜଣ ଲୋକ ମାଛ ମାରୁଥିବା ବେଳେ ଉପରେ ଟଣା ହୋଇଥିବା ବିଜୁଳି କେବଲ୍‌ ଛିଡ଼ି ପଡ଼ିଥିଲା ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା ନିଆଯିବା ବାଟରେ ଅନ୍ୟ ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ତିନି ଜଣ ଆଘାତପ୍ରାପ୍ତ ବ୍ୟକ୍ତି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ବିୟୋଗାନ୍ତ ଘଟନାରେ ଉତ୍‌କ୍ଷିପ୍ତ ହୋଇ ଉତ୍ତ୍ୟକ୍ତ ଗ୍ରାମବାସୀ ବିଜୁଳି ବିଭାଗର ଜଣେ କର୍ମଚାରୀଙ୍କ ଘରେ ଭଙ୍ଗାରୁଜା କରିଛନ୍ତି।

ଘଟଣାର ତଦନ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍‌ ଆଦେଶ ଦେଇଛନ୍ତି।

By amfnews

Related Post