Sun. Jul 5th, 2026

ଆସନ୍ତାକାଲି ସକାଳ ସାଢ଼େ ୧୦ଟାରେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସଂପ୍ରସାରିତ ହେବ : ବି ଏସ ୟେଦୁରପ୍ପା

237 Views

ନୂଆଦିଲ୍ଲୀ  : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଆଗାମୀ ୨୦ ତାରିଖରେ କରିବେ ବୋଲି ଯାହା ଚର୍ଚ୍ଚା ହେଉଥିଲା, ତାହା ଆଜି ସ୍ପଷ୍ଟ କରିଛନ୍ତି ନିଜେ ୟେଦୁରପ୍ପା । ବି ଏସ ୟେଦୁରପ୍ପା କହିଛନ୍ତି ଯେ କିଛି ସମୟପରେ ତାଙ୍କୁ ଅମିତ ଶାହଙ୍କଠାରୁ ମନ୍ତ୍ରୀମାନଙ୍କ ତାଲିକା ମିଳିବ। ସେହି ତାଲିକା ନେଇ ସେ ବେଙ୍ଗାଲୁରୁ ଯିବେ। ଏଥିରେ ୧୨-୧୩ଜଣଙ୍କୁ ସାମିଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏଥିଲାଗି ରାଜ୍ୟପାଳଙ୍କୁ ସୂଚିତ କରାଯାଇଛି ବୋଲି  ବି ଏସ ୟେଦୁରପ୍ପା ସୂଚନା ଦେଇଛନ୍ତି। ତେବେ ଏଯାଏଁ ମନ୍ତ୍ରୀମାନଙ୍କ ତାଲିକାକୁ ସାର୍ବଜନୀନ କରାଯାଇ ନାହିଁ । ଆସନ୍ତାକାଲି ସକାଳ ସାଢ଼େ ୧୦ଟା ସମୟରେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ବି ଏସ ୟେଦୁରପ୍ପା ଗତ ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଭାବେ ଚତୁର୍ଥ ଥରଲାଗି ଶପଥ ଗ୍ରହଣ କରିଥିଲେ ।ସେହି ଦିନଠାରୁ କର୍ଣ୍ଣାଟକର କ୍ୟାବିନେଟର ସଂପ୍ରସାରଣ କେବେ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଏଥର ମନ୍ତ୍ରିମଣ୍ଡଳରେ କିଛି ନୂଆ ମୁହଁଙ୍କୁ ସ୍ଥାନ ମିଳିବ।

By amfnews

Related Post