Tue. Jul 28th, 2026

ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୧୮୦ଟି ରାଲିରେ ଯୋଗ ଦେବେ ରାହୁଲ ଗାନ୍ଧୀ

358 Views

ନୂଆଦିଲ୍ଳୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଏବେ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନକୁ ଦୃଷ୍ଟିରେ ରଖି ସାରା ଦେଶରେ ସମୁଦାୟ ୧୮୦ଟି ରାଲିରେ ଯୋଗ ଦେବେ ବୋଲି ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ଏହି ରାଲିର ଯୋଜନା ଦଳର ରାଜ୍ୟ ୟୁନିଟ୍‌ ମହାସଚିବ ସ୍ଥିର କରିଛନ୍ତି।

ଦଳ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ପ୍ରାର୍ଥୀ ତାଳିକା ପ୍ରସ୍ତୁତିରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ଦଳ ନିଜର ପ୍ରଚାର ରଣନୀତିରେ ସୋସିଆଲ୍‌ ମିଡିଆ ଉପରେ ବିଶେଷ ଗୁୁରୁତ୍ୱ ଦେବ ବୋଲି ଜାଣବାକୁ ମିଳିଛି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ପକ୍ଷରୁ ଏକ ସ୍ୱତନ୍ତ୍ର ଭିଡିଓ ଟିମ୍‌ ବନାଯିବ। ଏହି ଟିମ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଥିବା ପ୍ରଚାରକୁ ମୁକାବିଲା କରିବ। ଏଥିରେ ‘ସୁରକ୍ଷା’, ‘ନାରୀ ସୁରକ୍ଷା, ‘ସ୍ୱତନ୍ତ୍ରତା’, ‘ସଂସ୍ଥାଗତ ସ୍ୱତନ୍ତ୍ରତା’ ଆଦି ଦିଗରକୁ ଦୃଷ୍ଟିରେ ରଖାଯିବ।

By amfnews

Related Post