Thu. Aug 13th, 2026

ଆଶ୍ରମରୁ ନଅ ନାବାଳିକା ଗାଏବ,୨ ଅଧିକାରୀ ନିଲମ୍ବିତ

237 Views

ନୂଆଦିଲ୍ଲୀ, ଡିସେମ୍ବର ୦୪: ନୂଆଦିଲ୍ଲୀର ଦିଲସାଦ୍‌ ଗାର୍ଡେନ୍‌ସ୍ଥିତ ଆଶ୍ରମରୁ ଅଚାନକ ନଅ ଜଣ ଝିଅ ଗାଏବ୍‌ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲାରେ ଦୁଇ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।
ଦିଲ୍ଲୀର ସଂସ୍କାର ଆଶ୍ରମ ଗର୍ଲସ(ଏସ୍‌ଏଜି)ରୁ ନଅ ଜଣ ବାଳିକା ଗାଏବ ହେବା ଘଟଣାକୁ ନେଇ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତି ଜୟହିନ୍ଦ୍‌ କ୍ଷୋଭ ପ୍ରକାଶ କରିବା ସହିତ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ବି ଦାବି କରିଛନ୍ତି। ଏହି ଘଟଣା ଡିସେମ୍ବର ୧ ତାରିଖ ରାତିରେ ଘଟିଥିଲା। ଆଶ୍ରମର ଅଧିକାରୀମାନଙ୍କୁ ୨ ତାରିଖ ଦିନ ସକାଳେ ଏ ବିଷୟରେ ସୂଚନା ମିଳିଥିଲା। ଏହି ମାମଲାରେ ଜିଟିଭି ଏନ୍‌କ୍ଲେଭ୍‌ ପୁଲିସ ଥାନାରେ ୧୨ ତାରିଖରେ ଏତଲା ଦିଆଗଲା।ଏହି ନଅ ଜଣ ବାଳିକାଙ୍କୁ ମାନବ ଚାଲାଣ ରାକେଟ୍‌ରୁ ମୁକ୍ତ କରାଯାଇ ସଂସ୍କାର ଆଶ୍ରମରେ ରଖାଯାଇଥିଲା।

ସେହି ବାଳିକାମାନଙ୍କୁ ଆଶ୍ରମର ଅଧିକାରୀମାନେ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ମଧ୍ୟ ହୋଇଥିଲା। ପୁଲିସ ଗାଏବ ହୋଇଥିବା ନଅ ଜଣ ନାବାଳିକାଙ୍କୁ ସନ୍ଧାନରେ ଲାଗିଛି ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ସୂଚନା ଦେଇଛନ୍ତି। ଏହି ମାମଲାରେ ଶିଶୁ ବିକାଶ ବିଭାଗର ଅଧିକାରୀ ଓ ଆଶ୍ରମର ଅଧୀକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ସେ କହିଛନ୍ତି।

By amfnews

Related Post