Fri. Sep 25th, 2026

ଆଲିଗଡ଼ଠାରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

230 Views

ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ଠାରେ ଏକ ବେସରକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ଉଡ଼ାଣ ଭରୁଥିବା ଦୁଇ ପାଇଲଟଙ୍କ ସମେତ ଅନ୍ୟ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇ ନାହିଁ ବୋଲି ସୂଚନା ରହିଛି। ବିମାନଟିରେ ସମୁଦାୟ ୬ ଜଣ ଲୋକ ଯାତ୍ରା କରୁଥିଲେ ବୋଲି ଜାଣିବାକୁ ମିଳିଛି।ମଙ୍ଗଳବାର ସକାଳେ ବିମାନଟଠି ଲ୍ୟାଣ୍ଡିଂ କରିବାକୁ ଉଦ୍ୟମ କରୁଥିବା ବେଳେ ଏପରି ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି। ଦୁର୍ଘଟଣା ଘଟିବା ପରେ ବିମାନଟିକୁ ମରାମତି କରିବା ପାଇଁ ଇଞ୍ଜିନିୟରମାନଙ୍କୁ ଡକାଯାଇଛି।

By amfnews

Related Post