Sun. Aug 30th, 2026

ଆଲବର୍ଟ ଆଇନ୍‌ଷ୍ଟାଇନ୍‌ କହିଥିବା ୧୦ଟି ବାଣୀ

303 Views

ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ପିଲାଦିନେ ଛୋଟ ଛୋଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରୁ ନଥିଲେ। ବଡ଼ ହେବା ପରେ ସେ ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ସାଜିଲେ। ସେ କେବେ ବି ପରୀକ୍ଷାରେ ଭଲ ନମ୍ବର ରଖିବାକୁ ଗୁରୁତ୍ୱ ଦେଉନଥିଲେ। ଶିକ୍ଷାର ମାନେ ସେ ଜ୍ଞାନ ହାସଲ ବୋଲି ବିଶ୍ୱାସ କରନ୍ତି। ତାଙ୍କର ସେଇ ଚିନ୍ତାଧାରା ହିଁ ତାଙ୍କୁ ଅନ୍ୟ ସମସ୍ତଙ୍କଠାରୁ ନିଆରା କରିଛି। ଚାଲନ୍ତୁ ଜଣିବା ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ କହିଥିବା ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା।

: ବ୍ୟକ୍ତି ଶିକ୍ଷା ଗ୍ରହଣ କରିବା ବନ୍ଦ କରିଦେବା ଅର୍ଥାତ ସେ ବ୍ୟକ୍ତି ମରିବା ଆରମ୍ଭ କରି ଦେଇଛି।
: କୌଣସି ଘଟଣାକୁ ଅଧ୍ୟୟନ କରିବା ଶିକ୍ଷା ନୁହେଁ; ଅଧ୍ୟୟନ କରିବାରୁ ମସ୍ତିଷ୍କ ଉପରେ ଯେଉଁ ଚାପ ପଢ଼େ ତାହା ଶିକ୍ଷା।
: ଯେଉଁମାନେ କିଛି ଭୁଲ୍‌ କରିନାହାନ୍ତି ସେମାନେ ଜୀବନରେ କିଛି ନୂଆ ଚେଷ୍ଟା କରିନାହାନ୍ତି।

: ଶିକ୍ଷା ଗ୍ରହଣ କରିବା ପରି ଜିନିଷ ନୁହେଁ; ହାସଲ କରିବା ପରି ଜିନିଷ।
: କୌଣସି ଖେଳ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଖେଳ ସଂପର୍କିତ ନିୟମ ବିଷୟରେ ଜାଣିବା ଜରୁରୀ। ତାହାଲେ ଯାଇ ତୁମେ ଅନ୍ୟ ତୁଳନାରେ ଭଲ ଖେଳିପାରିବ।
: ପ୍ରତ୍ୟେକ ଲୋକ ଜ୍ଞାନୀ। ମାତ୍ର ସମସ୍ତଙ୍କ ଜ୍ଞାନ ଭିନ୍ନ କ୍ଷେତ୍ରରେ ରହିଥାଏ। ତୁମେ ଯଦି ଭାବ କି ମାଛଟି ଗଛ ଚଢୁ; ତେବେ ମାଛଟି ଯେତେ ସୁନ୍ଦର ପାଣିରେ ପହଁରିଲେ ବି ତୁମେ ତାକୁ ଅପଦାର୍ଥ ହିଁ ଭାବିବ।
:ଯଦି ତୁମେ କୌଣସି ଜିନିଷକୁ ଭଲ ଭାବେ ବର୍ଣ୍ଣନା କରିପାରୁନାହଁ; ତେବେ ତୁମେ ତାହାକୁ ଭଲଭାବେ ବୁଝିନାହଁ।
:ଜଣେ ବୁଦ୍ଧିମାନ ଓ ବୋକା ମଧ୍ୟରେ ଏକମାତ୍ର ପାର୍ଥକ୍ୟ ହେଉଛି ବୁଦ୍ଧିମାନକୁ ତା’ର ସୀମା ଜଣା ଥାଏ।
: ଜ୍ଞାନର ଏକ ମାତ୍ର ଉତ୍ସ ହେଉଛି ଅନୁଭୂତି।
:ଜ୍ଞାନଠାରୁ କଳ୍ପନା ଗୁରୁତ୍ୱପୂର୍ଣ୍ଣ।

By amfnews

Related Post