Wed. Aug 12th, 2026

ଆଲକହଲ ମିଶ୍ରିତ ହ୍ୟାଣ୍ଡ ସାନିଟାଇଜର ପିଇ ଆନ୍ଧ୍ରପ୍ରଦେଶରେ ୯ଜଣଙ୍କ ମୃତ୍ୟୁ

400 Views

ପ୍ରକାଶମ: ଗତ ଦୁଇ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଆଲକହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ପିଇ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛି ପୁଲିସ। କୁରିଚେଡୁ ସହରରେ ଏହି ଦଃଖଦ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁବାର ରାତିରେ ଅନ୍ୟ ଦୁଇଜଣ ଏବଂ ଶୁକ୍ରବାର ସକାଳେ ଅନ୍ୟ ୬ଜଣଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରୁ ତିନିଜଣ ଭିକାରୀ ଏବଂ ଅବଶିଷ୍ଟ ଲୋକ ହେଉଛନ୍ତି ସ୍ଥାନୀୟ ବସ୍ତି ବାସିନ୍ଦା। ମୋଟାମୋଟି ଭାବେ, ଗତ ଦୁଇ ଦିନ ମଧ୍ୟରେ ୨୦ ଜଣ ଲୋକ ସାନିଟାଇଜର ପିଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୯ଜଣଙ୍କର ମୃତ୍ୟୁ ଘଟିଛି |

ମୃତ ବ୍ୟକ୍ତିମାନେ ହେଲ ଅନୁଗୁଣ୍ଡା ଶ୍ରୀନୁ (୨୫), ଭୋଗେମ୍ ତିରୁପତାୟା (୩୫), ଗୁଣ୍ଟାକା ରାମି ରେଡ୍ଡୀ (୬୦), କାଦିଆମ୍ ରାମନାୟା (୨୮), ରାଜା ରେଡ୍ଡୀ (୬୫), ରାମନାୟା (୬୫), ବାବୁ (୪୦), ଚାର୍ଲ୍ସ (୪୫) ଏବଂ ଅଗଷ୍ଟିନ୍ (୪୫)ବୋଲି ଜଣାପଡିଛି। | ପ୍ରକାଶମ ଜିଲ୍ଲା ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ କୌଶଲ କହିଛନ୍ତି ଯେ, କୋଭିଡ -୧୯ର ପ୍ରସାରକୁ ରୋକିବା ପାଇଁ କୁରିଚେଡୁ ଲକଡାଉନ ଥିବାରୁ ମଦ ମିଳିବା ସମ୍ଭବ ନଥିଲା, ଯାହା ପାଇଁ ଲୋକମାନେ ଆଲକହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ପିଇଥିଲେ।

By amfnews

Related Post