Sun. Sep 13th, 2026

ଆର୍ଥିକ ସଙ୍କଟ ଯୋଗୁଁ ପ୍ରତିରକ୍ଷା ବଜେଟ୍‌ରେ କାଟ୍‌ ଘୋଷଣା କଲା ପାକିସ୍ତାନ ସେନା

563 Views

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ପାକିସ୍ତାନର ସଶସ୍ତ୍ର ସେନା ସ୍ୱେଚ୍ଛାକୃତ ଭାବେ ବର୍ଷକ ପାଇଁ ପ୍ରତିରକ୍ଷା ଅଟକଳ ହ୍ରାସ କରିଛି। ସେନାର ଏ ଭଳି ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରଶଂସା କରିଛନ୍ତି। ଚଳିତ ବଜେଟ୍‌ରେ କିଛି ଛାଣ୍ଟକାଟ ନ ହେଲେ ବି ଏ ବର୍ଷ ସାମରିକ କ୍ଷେତ୍ରରେ କୌଣସି ଖର୍ଚ୍ଚ ବୃଦ୍ଧି କରାଯିବ ନାହିଁ।

ଇଣ୍ଟର୍‌-ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍‌ସ୍‌ର ଡିଜି ମେଜର୍‌ ଜେନେରାଲ୍‌ ଅସିଫ୍‌ ଗଫୁର ଟୁଇଟ୍‌ର୍‌ରେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଉପଯୁକ୍ତ ଅଭ୍ୟନ୍ତରିଣ ପଦକ୍ଷେପ ଜରିଆରେ ତିନି ସେନା ଏହି ପ୍ରଭାବକୁ ଚଳାଇନେବେ। କେତେକ ଅଞ୍ଚଳର ବିକାଶ ନିମନ୍ତେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। କିନ୍ତୁ ଏହି ପଦକ୍ଷେପ ପାକିସ୍ତାନର ପ୍ରତିରକ୍ଷା ଏବଂ ନିରାପତ୍ତା ବିନିମୟରେ ନିଆଯାଇନି। ସମସ୍ତ ପ୍ରକାର ସମ୍ଭବ୍ୟ ବିପଦ୍‌କୁ ପାକିସ୍ତାନ ଫଳପ୍ରଦ ମୁକାବିଲା କରି ପାରିବ। ଏହି ପଦକ୍ଷେପକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଖାଁ ଟୁଇଟ୍‌ କରି ବଞ୍ଚିତ ଅର୍ଥକୁ ସରକାର ଆଦିବାସୀ ଅଞ୍ଚଳ ଓ ବାଲୋଚିସ୍ତାନର ବିକାଶ ନିମନ୍ତେ ଖର୍ଚ୍ଚ କରିବେ।

By amfnews

Related Post