Thu. Oct 15th, 2026

ଆର୍ଡିଏ କଲୋନୀ ୱେଲଫେୟାର କମିଟି ପକ୍ଷରୁ ବୃକ୍ଷ ରୋପଣ

263 Views

ରାଉରକେଲା, ୮ା୮ : ଆର୍ଡିଏ କଲୋନୀ ୱେଲଫେୟାର କମିଟି ଆନୁକୂଲ୍ୟରେ କଳିଙ୍ଗ ବିହାରସ୍ଥିତ ପାର୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷରୁ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଶ୍ରୀ ନାୟକ ଆଲୋକପାତ କରିିଥିଲେ ।

ପ୍ରତ୍ୟେକ ଲୋକ ଜୀବନରେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବାକୁ ସେ ଅନୁରୋଧ କରିଥିଲେ । ଆର୍ଡିଏ କଲୋନୀ ୱେଲଫେୟାର କମିଟିର ଏହି ମହତ କାର୍ଯ୍ୟକୁ ସେ ପ୍ରଶଂସା କରିବା ସହିତ ପ୍ରତ୍ୟେକ ସଂଗଠନ ଏ କ୍ଷେତ୍ରରୁ ଆଗେଇ ଆସିବାକୁ ସେ ଅନୁରୋଧ କରିଥିଲେ । ୱେଲଫେୟାର କମିଟି ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡ଼ି ନେତା ଶ୍ରୀଚରଣ ମହାନ୍ତି ଓ ପୂର୍ବତନ କାଉନସିଲର ଜର୍ଜ ଆନନ୍ଦଙ୍କ ସମେତ ଅନ୍ୟମାନେ ଅତିଥି ଭାବେ ଯୋଗ ଦେଇଥିଲେ ।

କମିଟିର ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ, ସଂଗଠନ ସମ୍ପାଦକ ଅଶୋକ ପ୍ରଧାନ, ସୁରେଶ ପାଇକ, ପଞ୍ଚାନନ ମହାପାତ୍ର, ଭାସ୍କର ପାତ୍ର, ଉପେନ୍ଦ୍ର ସାହୁ, ବାସୁଦେବ ସେଠୀ, ଅଶୋକ ଦାସ, ରଞ୍ଜନ ନାୟକ, ଏସ୍.କେ.ଷଡ଼ଙ୍ଗୀ, ଯୁଧିଷ୍ଟିର ମହାନ୍ତ, ପି.ଜେନା, ଅଶୋକ ମିଶ୍ର, ବଂଶୀଧର ସ୍ୱାଇଁ, ସୁଧାଂଶୁ ମିଶ୍ର, ବି.କେ.ମିଶ୍ର, ମହିଳା ସଂଗଠନ ଅଗ୍ରଗଣ୍ୟାର ସମ୍ପାଦିକା ଜ୍ୟୋତ୍ସା ସାହୁ, ରୀତା ସିଂହ, ସୀମନ୍ତିନୀ ରାଉତ, ପିଆଲି ସେନଗୁପ୍ତ, ଅଞ୍ଜଳି ପାଇକ, ସଶ୍ମିତା ମହାପାତ୍ର, ପ୍ରଞ୍ଜାଞ୍ଜଳି ପୃଷ୍ଟି ଓ ଆରତୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିିିତ ଥିଲେ ।

Related Post