Wed. Jul 1st, 2026

ଆର୍ ଏସ୍ ପି ଦ୍ୱାରା ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ଟି ତ୍ରୟୋମାସରେ ସମସ୍ତ ପ୍ରମୁଖ କ୍ଷେତ୍ରରେ ରେକର୍ଡ ପ୍ରଦର୍ଶନ

244 Views

ରାଉରକେଲା, ୬ା୧: ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିଟି ତ୍ରୟୋମାସରେ ସମସ୍ତ ପ୍ରମୁଖ କ୍ଷେତ୍ରରେ ସର୍ବକାଳୀନ ଶ୍ରେଷ୍ଠ ରେକର୍ଡ ପ୍ରଦର୍ଶନ ହାସଲ କରିଛି । ଆଲୋଚ୍ୟ ବର୍ଷର ଏପ୍ରେଲରୁ ଡିସେମ୍ବର ମାସ ମଧ୍ୟରେ କାରଖାନା ୨୮୧୦୮୭୬ ଟନ ଉତ୍ତପ୍ତ ଧାତୁ, ୨୬୮୮୦୮୦ ଟନ ଅଶୋଧିତ ଇସ୍ପାତ ଓ ୨୪୪୩୫୧୧ ଟନ ବିକ୍ରୀଯୋଗ୍ୟ ଇସ୍ପାତ ଉତ୍ପାଦନ କରିଛି ଯାହା ଇସ୍ପାତ କାରଖାନାର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହେବା ସଙ୍ଗେସଙ୍ଗେ ଏହି କ୍ଷେତ୍ରରେ କାରଖାନା ଅନୁରୂପ ପୂର୍ବ ବର୍ଷ ଅବଧି ତୁଳନାରେ ଯଥାକ୍ରମେ ୧୩.୬%, ୧୨.୬% ଏବଂ ୧୨.୪% ଅଭିବୃଦ୍ଧି ହାସଲ କରିଛି ।

ପ୍ରଥମ ତିନିଟି ତ୍ରୟୋମାସରେ ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗ ୨୪୦୮୫୩୮ ଟନ ଅଶୋଧିତ ଇସ୍ପାତ ଉତ୍ପାଦନ ପୂର୍ବକ ଅନୁରୂପ ପୂର୍ବ ବର୍ଷ ଅବଧି ତୁଳନାରେ ୧୩.୩୩% ଅଭିବୃଦ୍ଧି ଲାଭ କରିଛି । ସେହିଭଳି ଉପରୋକ୍ତ ସମୟ ଅବଧି ମଧ୍ୟରେ ଇସ୍ପାତ କାରଖାନା ସର୍ବକାଳୀନ ଶ୍ରେଷ୍ଠ ୪୬୩୫୦୩୨ ଟନ ସିଣ୍ଟର, ୧୨୫୦୨୪୪ ଟନ ହଟ ରୋଲ୍ଡ କଏଲ ଏବଂ ନୂତନ ପ୍ଲେଟ ମିଲରୁ ୬୨୬୮୨୨ ଟନ ପ୍ଲେଟ ଉତ୍ପାଦନ ହାସଲ କରିଛି । ଦୈନିକ ୪୬୪.୮ ହାରରେ ପୁସିଙ୍ଗ କରି ଆରଏସପିର କୋକ ଓଭେନ୍ସ ବିଭାଗ ଗତ ଆର୍ଥିକ ବର୍ଷର ଅନୁରୂପ ଅବଧି ତୁଳନାରେ ୮.୧% ଅଭିବୃଦ୍ଧି ହାସଲ କରିଛି । ସେହିଭଳି ବ୍ଲାଷ୍ଟ ଫର୍ଣ୍ଣେସ-୫ ପୂର୍ବ ବର୍ଷ ତୁଳନାରେ ୮.୨% ଅଭିବୃଦ୍ଧି ହାସଲ କରିଛି ।

ଅନୁରୂପ ଭାବେ ଇଆରଡବ୍ଲୁ ପାଇପ ପ୍ଲାଣ୍ଟ, ସ୍ପାଇରାଲ ୱେଲ୍ଡେଡ ପାଇପ ପ୍ଲାଣ୍ଟ ଏବଂ ସିଲିକନ ଷ୍ଟିଲ ମିଲ ସେମାନଙ୍କର ପୂର୍ବ ବର୍ଷ ପ୍ରଦର୍ଶନ ତୁଳନାରେ ଯଥାକ୍ରମେ ୧୪.୮%, ୩.୭% ଏବଂ ୧୦.୫% ଅଭିବୃଦ୍ଧି ହାସଲ କରିଛନ୍ତି । ସେହିଭଳି ଏପ୍ରିଲରୁ ଡିସେମ୍ବର ମାସ ମଧ୍ୟରେ ୨୪୫୦୮୦୦ ଟନ ବିକ୍ରିଯୋଗ୍ୟ ଇସ୍ପାତ ଚାଲାଣ କରି କାରଖାନା ଏହି କ୍ଷେତ୍ରରେ ମଧ୍ୟ ସର୍ବକାଳୀନ ଶ୍ରେଷ୍ଠ ରେକର୍ଡ ହାସଲ କରିଛି ଏବଂ ଅନୁରୂପ ପୂର୍ବ ବର୍ଷ ଅବଧି ତୁଳନାରେ ୯୨% ଅଭିବୃଦ୍ଧି ହାସଲ କରିଛି । ଆରଏସପି ସିଇଓ ଅଶ୍ୱିନୀ କୁମାର କାରଖାନାର ସାମୁଦାୟିକଙ୍କୁ ଏହି ପ୍ରଶଂସନୀୟ ପ୍ରଦର୍ଶନ ନିମନ୍ତେ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଆରଏସପି ମଧ୍ୟରେ ଏବେ ମଧ୍ୟ ଅନେକ ସାମର୍ଥ୍ୟ ଉପଯୋଗ ହେବା ବାକି ରହିଛି, ଯାହା ଉପଯୋଗ ହୋଇପାରିଲେ କାରଖାନା ସଫଳତାର ଶୀର୍ଷ ସୋପାନରେ ପଦାର୍ପଣ କରିପାରିବ ।

By amfnews

Related Post