Tue. Jul 28th, 2026

ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼

366 Views

ଭୁବନେଶ୍ୱର/ପୁରୀ: ଆଜି ଠାରୁ ଆରମ୍ଭ ହୋଇଛିି ପବିତ୍ର କାର୍ତ୍ତିକ ମାସ। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଶୟୀଜଗନ୍ନାଥ ମନ୍ଦିରରେ କାର୍ତ୍ତିକବ୍ରତ ପାଳିନ କରିବା ପାଇଁ ଏହି ହବିଷ୍ୟାଳିମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି। ପୁରୀରେ ହବିଷ୍ୟାଳିମାନେ ରାଧା ଦାମୋଦର ପୂଜାକରିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି। ଶହଶହ ସଂଖ୍ୟାରେ ହିବିଷ୍ୟାଳି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସି ପୁରୀରେ ପହଞ୍ଚିଛନ୍ତି। ପୁରୀରେ ହବୀଷ୍ୟାଳିମାନଙ୍କ ରହିବ ା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ନିଜେ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ହବିଷ୍ୟାଳି କେନ୍ଦ୍ର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ରେଳବାଇ ଯାତ୍ରୀ ନିବାସ, ରେଳବାଇ କଲ୍ୟାଣ ମଣ୍ଡପ, ଜଗନ୍ନାଥ ବଲ୍ଲଭ ବାଖ୍ୟାନ କେନ୍ଦ୍ର ଓ ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ଏହି ସବୁ ହବିଷ୍ୟାଳି କେନ୍ଦ୍ର ଖୋଲାଯାଇଛି। ଏଠାରେ ହବିଷ୍ୟାଳିମାନଙ୍କର ରହିବା, ଖାଇବା, ସହାୟତା କେନ୍ଦ୍ର, ସ୍ୱାସ୍ଥ୍ୟ ସେବା ଆଦି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ପୁରୀ, ଖୋର୍ଧା, ନୟାଗଡ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଢେଙ୍କାନାଳ ଆଦି ଜିଲ୍ଲାରୁ ହବିଷ୍ୟାଳିମାନେ ଆସିଥିବା ଜଣାଯାଇଛି।

By amfnews

Related Post