Fri. Jul 3rd, 2026

ଆମ୍‌ ଆଦ୍‌ମି ପାର୍ଟିରେ ଯୋଗ ଦେଲେ ଝାଡ଼ଖଣ୍ଡର ପୂର୍ବତନ କଂଗ୍ରେସ ମୁଖ୍ୟ ଅଜୟ କୁମାର

303 Views

ନୂଆଦିଲ୍ଲୀ  : ଗୁରୁବାର ଦିନ ଝାଡ଼ଖଣ୍ଡ କଂଗ୍ରେସର ପୂର୍ବତନ ସଭାପତି ତଥା ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ଅଜୟ କୁମାର ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଆମ୍‌ ଆଦ୍‌ମି ପାର୍ଟିରେ ଯୋଗ ଦେଇଛନ୍ତି। ଏ ବର୍ଷ ଶେଷ ଭାଗକୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବ ବୋଲି ସମୟନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି। ଆପ୍‌ ପକ୍ଷରୁ ଟୁଇଟ୍‌ କରାଯାଇଛି: ଆମ ଭଳି ସବୁ ସାଧାରଣ ଲୋକ ଆଗେଇ ଆସି ନିଷ୍କପଟ ରାଜନୀତିରେ ସହଯୋଗ କରିବା ଉଚିତ। କେବଳ ଆମ୍‌ ଆଦ୍‌ମି ପାର୍ଟି ହିଁ ହେଉଛି ଆଜିର ରାଜନୀତିର ଉତ୍ତର।

୨୦୧୯ ଲୋକସଭା ନିର୍ବାଚନରେ ଝାଡ଼ଖଣ୍ଡ କଂଗ୍ରେସ ପରାସ୍ତ ହେବା ପରେ ନୈତିକ ଦାୟିତ୍ୱ ଦୃଷ୍ଟିରୁ ଅଜୟ କୁମାର ଦଳୀୟ ପଦବୀରୁ ଇସ୍ତଫା ଦେଇଥିଲେ। ଅଗଷ୍ଟ ମାସ ୨୬ ତାରିଖରେ ତାଙ୍କ ସ୍ଥାନରେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମେଶ୍ୱର ଓରାଓଁ।

ଅଗଷ୍ଟ ୧୦ ତାରିଖ ଦିନ ସେ ଟୁଇଟର୍‌ରେ ପୋଷ୍ଟ୍‌ କରିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ କି, ବରିଷ୍ଠ ଦଳୀୟ ନେତାଙ୍କ ମଧ୍ୟରେ ତୀବ୍ର ମନୋମାଳିନ୍ୟ ରହିଛି। ତାଙ୍କ ସହଯୋଗୀମାନଙ୍କ ମଧ୍ୟରେ ଅନେକ ସବୁଠୁ ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କ ଠାରୁ ଖରାପ ବ୍ୟକ୍ତି ଥିବା କଥା ସେ ଦର୍ଶାଇ ଥିଲେ।

By amfnews

Related Post