Sat. Aug 15th, 2026

ଆମ୍‌ ଆଦ୍‌ମି ପାର୍ଟି ଛାଡ଼ିଲେ ଦିଲ୍ଲୀ ବିଧାୟିକା ଅଳକା ଲାମ୍ବା

254 Views

ନୂଆଦିଲ୍ଲୀ  : ମାସ ମାସ ଧରି ନେତୃତ୍ୱ ସହ ମନାନ୍ତର ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ତାହା ପ୍ରକାଶ କରିବା ପରେ ‘ବିଦାୟ କହିବାର ବେଳ ଆସିଛି’ କହି ଆମ୍‌ ଆଦ୍‌ମି ପାର୍ଟିର ଚାନ୍ଦିନୀଚୌକ ବିଧାୟିକା ଅଳକା ଲାମ୍ବା ଦଳ ଛାଡ଼ିଛନ୍ତି। ସେ କଂଗ୍ରେସକୁ ଫେରିଯିବେ ବୋଲି ଆଶା କରାଯାଉଛି। ୧୯୯୪ରେ ସେ କଂଗ୍ରେସ ଦଳରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

୪୩ ବର୍ଷୀୟ ନେତ୍ରୀ ଟୁଇଟ୍‌ କରିଛନ୍ତି: ଆପ୍‌କୁ ବିଦାୟ କହିବାର ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାର ବେଳ ଆସିଛି। ସମସ୍ତଙ୍କୁ ଧନ୍ୟବାଦ। ସାମ୍ପ୍ରତିକ ଘଟଣାବଳୀ ଆଲୋଚନା କରିବାକୁ ଲାମ୍ବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାର ଦିନକ ପରେ ସେ ଇସ୍ତଫା ଦେଇଛନ୍ତି। ସୋନିଆଙ୍କୁ ଭେଟ ପରେ ସେ ଟୁଇଟ୍‌ କରିଥିଲେ: ସମ୍ପ୍ରତିକ ପରିସ୍ଥିତି ବିଷୟରେ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିବା କଥା ବହୁ ଦିନରୁ ବାକି ଥିଲା। ଆଜି ତାଙ୍କ ସହ ସବୁ ସମସ୍ୟା ଆଲୋଚନା କରିବାକୁ ସୁଯୋଗ ପାଇଲି। ରାଜନୀତି ଏଭଳି ଆଲୋଚନା ଚାଲୁ ରହିଛି ଏବଂ ଚାଲୁ ରହିବ।

By amfnews

Related Post