Tue. Jul 28th, 2026

ଆମ୍କୋ-ସିମ୍କୋ ସହିଦ ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

349 Views

ରାଉରକେଲା, ୨୩/୬: ଆମ୍କୋ-ସିମ୍କୋ ସହିଦ ସ୍ମୃତି କମିଟି ପକ୍ଷରୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମକୁ ସମ୍ବର୍ଦ୍ଧିତ କରାଯାଇଛି । ରାଉରକେଲା ହାଉସ ଠାରେ କମିଟିର ଉପସଭାପତି ପ୍ରଫେସର ବିଜୟ କୁମାର ଟପ୍ପୋ ଓ ଯୁଗ୍ମ-ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀ ଶ୍ରୀ ଓରାମକୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ସୂଚନାଯୋଗ୍ୟ ଯେ ୧୯୩୯ ମସିହା ଅପ୍ରିଲ ୨୫ ତାରିଖରେ ବ୍ରିଟିଶ ଗୁଳିରେ ପ୍ରାଣବଳୀ ଦେଇ ସହିଦ ହୋଇଥିବା ୪୯ ଜଣ ନିରୀହ ଆଦିବାସୀଙ୍କ ତ୍ୟାଗପୁତ ଜୀବନକୁ ସ୍ମରଣୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ବଳିଦାନ କଥା ହୃଦୟଙ୍ଗମ କରି ଆମ୍କୋ-ସିମ୍କୋରେ ଜାଲିୱାନାୱାଲାବାଗ ଢାଞ୍ଚାରେ ଏକ ଭବ୍ୟ ସ୍ମୃତି ସ୍ତମ୍ଭ ପ୍ରସ୍ତୁତ କରିବା ସହିତ ଉକ୍ତ ସ୍ଥଳକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ଘୋଷଣା କରିଛନ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡାଙ୍କ ସମସ୍ତ ପ୍ରକାର ସହଯୋଗକୁ କମିଟି ପ୍ରଶଂସା କରିଛି ।

କମିଟିର ଉପସଭାପତି ପ୍ରଫେସର ଟପ୍ପୋ ମନ୍ତ୍ରୀ ଶ୍ରୀ ଓରାମକୁ ଉକ୍ତ ସ୍ଥଳର ଉନ୍ନତି କରଣ ପାଇଁ ଅନ୍ୟୁନ ୫ କୋଟି ଟଙ୍କା ନିଜ ବିଭାଗରୁ ମଞ୍ଜୁର କରିବା ପାଇଁ ଏକ ତଥ୍ୟ ସମ୍ବଳିତ ପ୍ରସ୍ତାବ ଦେଇଥିଲେ । ଉକ୍ତ ପ୍ରସ୍ତାବ ଯଥାର୍ଥତା ବୋଲି ବିବେଚନା କରି ମନ୍ତ୍ରୀ ଶ୍ରୀ ଓରାମ ସେଠାକାର ଉନ୍ନତି ଓ ସୈାନ୍ଦର୍ଯୀ କରଣ ପାଇଁ ନିଜ ବିଭାଗରୁ ୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ପ୍ରଫେସର ଟପ୍ପୋ ଆମ୍କୋ-ସିମ୍କୋର ଉନ୍ନତି କରଣ ପାଇଁ ଶ୍ରୀ ଓରାମକୁ ଧନ୍ୟବାଦ ଦେବା ଅବସରରେ ମନ୍ତ୍ରୀ ନିଜ ବକ୍ତବ୍ୟରେ ଉକ୍ତ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ । ସମ୍ବର୍ଦ୍ଧନା ସମୟରେ ବିଜେପି ପାନପୋଷ ଉପଖଣ୍ଡ ସଭାପତି ଜଗବନ୍ଧୁ ବେହେରା, ବାବାଜି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post