Sun. Apr 26th, 2026

ଆମେରିକାରେ ଭାରତର ନୂଆ ରାଷ୍ଟ୍ରଦୂତ ଭାବେ ତରଣଜିତ ସିଂଙ୍କୁ ମିଳିଲା ନିଯୁକ୍ତି

185 Views

ନୂଆଦିଲ୍ଲୀ: ଆମେରିକାରେ ଭାରତର ନୂଆ ରାଷ୍ଟ୍ରଦୂତ ଭାବେ ତରଣଜିତ ସିଂଙ୍କୁ ନିଯୁକ୍ତି ମିଳିଛି | ତରଣଜିତ ସିଂ ବର୍ତ୍ତମାନ ଶ୍ରୀଲଙ୍କାରେ ଭାରତର ରାଷ୍ଟ୍ରଦୂତ ଥିବାବେଳେ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି | ତରଣଜିତ ସିଂ ବର୍ତ୍ତମାନ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ହର୍ଷବର୍ଦ୍ଧନ ଶୃଙ୍ଗଳାଙ୍କ ସ୍ଥାନ ନେବେ | ଏଠାରେ ସୂଚନା ଥାଉ କି ହର୍ଷବର୍ଦ୍ଧନ ଶୃଙ୍ଗଳାଙ୍କୁ ନୂଆ ବିଦେଶ ସଚିବ ଭାବେ ନିଯୁକ୍ତି ଦିଆଯାଇଛି | ଏଠାରେ ସୂଚନା ଥାଉ କି ତରଣଜିତ ସିଂ ଶ୍ରୀଲଙ୍କାରେ ନିଯୁକ୍ତି ପୂର୍ବରୁ ୱାସିଂଟନରେ ଭାରତୀୟ ଦୂତାବାସରେ ଉପ-ମୁଖ୍ୟ ଭାବେ କାମ କରୁଥିଲେ | ସେ ସେପ୍ଟେମ୍ବର ୨୦୧୧ ମସିହାରୁ ଜୁଲାଇ ୨୦୧୩ ମସିହା ଯାଏଁ ଫ୍ରାଙ୍କଫର୍ଟରେ ମହାବାଣିଜ୍ୟଦୂତ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ |

ତରଣଜିତ ସିଂ ବିଦେଶ ମନ୍ତ୍ରାଳୟରେ ମାର୍ଚ୍ଚ ୨୦୦୯ ମସିହାରୁ ଅଗଷ୍ଟ ୨୦୧୧ ମସିହା ପର୍ଯ୍ୟନ୍ତ ସଂଯୁକ୍ତ ରାଷ୍ଟ୍ରର ସଂଯୁକ୍ତ ସଚିବ ଭାବେ କାର୍ଯ୍ୟ କରିଥିଲେ | ଏହା ସହ ମାନବ ସମ୍ବଳ ବିଭାଗର ସଂଯୁକ୍ତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ | ଏହା ଛଡା ଜୁଲାଇ ୨୦୦୫ ମସିହାରୁ ଫେବୃୟାରୀ ୨୦୦୯ ମସିହା ଯାଏଁ ସଂଯୁକ୍ତ ରାଷ୍ଟ୍ରରେ ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରିଥିଲେ | ଏଠାରେ ସୂଚନା ଥାଉ କି ଆସନ୍ତା ଫେବ୍ରୁଆରିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସିବା ନେଇ ଯୋଜନା କରୁଛନ୍ତି।

ଏହା ପୂର୍ବରୁ ଏଭଳି ପରିବର୍ତ୍ତନ କରାଯାଇଛି | ଟ୍ରମ୍ପ୍‌ଙ୍କ ଗସ୍ତ ଫଳରେ ଭାରତ ଓ ଆମେରିକା ସମ୍ପର୍କ ଅଧିକ ମଜବୁତ ହେବା ସହିତ ଉଭୟ ଦେଶ ମିଳିତ ଭାବେ ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ଜଣେ ବରିଷ୍ଠ ଭାରତୀୟ ଅଧିକାରୀ ସୂଚନା ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ଗସ୍ତ ସମୟରେ ଉଭୟ ରାଷ୍ଟ୍ର ମଧ୍ୟରେ ବେସାମରିକ ବିମାନ ଚଳାଚଳ ଚୁକ୍ତିନାମା ସ୍ବାକ୍ଷର ହେବା ସହିତ ଦ୍ବିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

By amfnews

Related Post