Sat. Apr 25th, 2026

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ଙ୍କ ପରଲୋକ

261 Views

ୱାଶିଂଟନ୍‌, ଡିସେମ୍ବର ୦୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଗତକାଲି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ବୁଶ୍‌ଙ୍କ ମୃତ୍ୟୁ ଖବରକୁ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ସେ ଆମେରିକାର ୪୧ତମ ରାଷ୍ଟ୍ରପତି ଭାବେ ୧୯୮୯ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳି ଥିଲେ। ସେହିଭଳି ୪୩ତମ ଉପ ରାଷ୍ଟ୍ରପତି ଭାବେ ୧୯୮୧ରୁ ୧୯୮୯ ଯାଏ ଦାୟିତ୍ୱ ତୁଲାଇ ଥିଲେ।

ଗତ ଏପ୍ରିଲରେ ବୁସ୍‌ଙ୍କ ପତ୍ନୀ ବର୍‌ବରା ବୁଶ୍‌ଙ୍କ ୭୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲା।

By amfnews

Related Post