Fri. May 15th, 2026

ଆମେରିକା ସରକାରଙ୍କ ଅଚଳାବସ୍ଥା ଆରମ୍ଭ; ଦରମା ପାଇବେନି ୪ ଲକ୍ଷ କର୍ମଚାରୀ, ୩. ୮ଲକ୍ଷ କର୍ମଚାରୀ ଯିବେ ଛୁଟିରେ

278 Views

ଓ୍ଵାସିଂଟନ୍‌,: ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣ ଲାଗି କଂଗ୍ରେସ ୫ ବିଲିୟନ୍‌ ଡଲାର୍‌ ଦେଇଛି ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଦାବି ଉପରେ ତୁମୁଳ ବିବାଦ ହେବାରୁ ଶନିବାର ପ୍ରତ୍ୟୁଷରୁ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ଆଂଶିକ ଅଚଳାବସ୍ଥା ଆରମ୍ଭ ହୋଇଛି।

ଶୁକ୍ରବାର ଦିନ ବଜେଟ୍‌ କାରବାରରେ ବିଫଳ ହେବା ପରେ, ବଡ଼ଦିନ ଛୁଟି ଆରମ୍ଭ ପୂର୍ବରୁ ଅଚଳାବସ୍ଥା ଶେଷ କରିବାକୁ ସପ୍ତାହନ୍ତରେ ବି ଆଲୋଚନା ଜାରି ରଖିବାକୁ କଂଗ୍ରେସୀୟ ନେତୃବୃନ୍ଦ ଏବଂ ହ୍ଵାଇଟ୍‌ ହାଉସ୍‌ ନିମୟ କରିଛନ୍ତି।

ଆସନ୍ତାବର୍ଷ ସେପ୍ଟେମ୍ବର ୩୦ ତାରିଖ ଯାଏଁ ତିନି ତୃତୀୟାଂଶ ସଙ୍ଘୀୟ ସରକାରୀ କାର୍ଯ୍ୟକ୍ରମ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି, କିନ୍ତୁ ହୋମ୍‌ଲାଣ୍ଡ୍‌ ସିକ୍ୟୁରିଟି, ବିଚାର ବିଭାଗ ଓ କୃଷି ସମେତ ଅନ୍ୟାନ୍ୟ ବିଭାଗ ନିମନ୍ତେ ଥିବା ଅର୍ଥ ଯୋଗାଣ ତମାଦି ଗତ ମଧ୍ୟ ରାତ୍ରରୁ ଶେଷ ହୋଇଛି।

ବିବାଦର ସମାଧାନ ନ ହେବା ଯାଏଁ ଫେଡେରାଲ୍‌ ପାର୍କଗୁଡ଼ିକ ବନ୍ଦ ହେବ ଓ ୪ ଲକ୍ଷ କର୍ମଚାରୀ ବିନା ଦରମାରେ କାମ କରିବେ। ଅନ୍ୟ ୩୮୦,୦୦୦ କର୍ମଚାରୀଙ୍କୁ ସାମୟିକ ଛୁଟିରେ ପଠାଯିବ।

କିନ୍ତୁ, ଆଇନ୍‌ ପ୍ରବର୍ତ୍ତନ ଉଦ୍ୟମ, ସୀମାନ୍ତ ପଇଁନ୍ତରା, ଡାକ ଯୋଗାଣ ଏବଂ ବିମାନ ବନ୍ଦର ଆଦି କାର୍ଯ୍ୟ ଚାଲୁ ରହିବ।

By amfnews

Related Post