Wed. Sep 30th, 2026

ଆମେଥି ସହଯୋଗୀଙ୍କ କୋକେଇ କାନ୍ଧେଇଲେ ସ୍ମୃତି ଇରାନୀ

356 Views

ଲକ୍ଷ୍ନୌ: ଗ୍ରାମର ପୂର୍ବତନ ମୁଖିଆ ଏବଂ ନିର୍ବାଚନ ପ୍ରଚାରକ ସୁରେନ୍ଦ୍ର ସିଂହଙ୍କ କୋକେଇ କାନ୍ଧେଇ ୧୦୦ ମିଟର ଚାଲିଥିବାରୁ ଆମେଥିରୁ ସାଂସଦ-ନିର୍ବାଚିତ ସ୍ମୃତି ଇରାନୀଙ୍କୁ ଆମେଥି ଏବଂ ଆମେଥି ବାହାରେ ଖୁବ୍‌ ପ୍ରଶଂସା ମିଳୁଛି।

ଜଣେ ମହିଳା କୋକେଇ କାନ୍ଧେଇବା ଗୋଟାଏ ବିରଳ ଦୃଶ୍ୟ। ପୁଣି ଉତ୍ତର ପ୍ରଦେଶର ମଫସଲ ଅଞ୍ଚଳରେ ତାଙ୍କର ଏହି କାମକୁ ତାଙ୍କ ଲୋକମାନଙ୍କ ପ୍ରତି ‘ଆବେଗିକ ପ୍ରତିବଦ୍ଧତା’ ବୋଲି କୁହାଯାଉଛି। ରବିବାର ରାତିରେ ସିଂହଙ୍କୁ ଅଜ୍ଞାତ ଆତତାୟୀମାନେ ଗୁଳିମାରି ହତ୍ୟା କରିଥିଲେ।

ଶେଷକୃତ୍ୟ ସରିବା ଯାଏଁ ଇରାନୀ ଗାଁରେ ରହିଥିଲେ। ଦିଲ୍ଲୀ ଫେରିବା ପୂର୍ବରୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯାହା ହେଉ ପଛେ ଅପରାଧୀଙ୍କୁ ଧରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବେ।

By amfnews

Related Post