Sat. Oct 3rd, 2026

ଆଦିବାସୀ ମହିଳା ମାନେ ଘରବାରି ପଟା ପାଇଁ ଜିଲାପାଳଙ୍କୁ ଗୁହାରି କଲେ।

433 Views

ମାଲକାନଗିରି ଜିଲ୍ଲା ସଦର ମହକୁମା ଓ ପୌର ପରିଷଦ ଅନ୍ତର୍ଗତ ବସ୍ତି ବାସିନ୍ଦା ମାନଙ୍କ ରାଜ୍ୟ ସରକାରଙ୍କ ପକ୍ଷରୁ ଘରବାରି ପଟା ଯୋଗାଇ ଦବା ପାଇଁ କିଛି ମାସ ଡ୍ରୋନ କ୍ୟାମେରା ସାହାଯ୍ୟରେ ସର୍ଭେ କରାଯାଇଥିଲା
ପୌର ପରିଷଦ ଅନ୍ତର୍ଗତ ଥିବା ୧୫ ଟି ୱାର୍ଡର ବସ୍ତି ଅଞ୍ଚଳରେ ଡ୍ରୋନ କ୍ୟାମେରରେ ଦ୍ୱାରା ସର୍ଭେ କରାଯାଇଥିବା ବେଳେ ସାପକଲୋନୀରେ ଥିବା ୩୦ ଟି ଘରକୁ ସର୍ଭେ କରାଯାଇ ନଥିବା ମହିଳା ମାନେ ଅଭିଯୋଗ କରିଛନ୍ତି।
ବହୁ ବର୍ଷ ଧରି ଏହି ଅଞ୍ଚଳରେ ଉକ୍ତ କଲୋନୀରେ ବସବାସ କରି ଆସୁଥିଲେ ସୁଦ୍ଧା ସେମାନଙ୍କୁ ଘରବାରି ପଟା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇନଥିବା ସାପକଲୋନୀ ର ଭବାନୀ ଜାନି ଜୟନ୍ତୀ ବେହେରା, ସେବତୀ ମୁଦୁଲି, ନିଳା ସୁନା,ଫଳମତି ମାଝିଙ୍କ ସହ ସାହିର ବହୁ ମହିଳା ଜିଲାପାଳ ମନିଷ ଅଗ୍ରୱାଲଙ୍କୁ ଭେଟି ଅଭିଯୋଗ କରିବା ସହ ଦାବିପତ୍ର  ଦେଇଥିଲେ।

Related Post