Sun. Sep 27th, 2026

ଆତ୍ମସମର୍ପଣ କଲେ ହାର୍ଡକୋର ନକ୍ସଲ

197 Views

ଭବାନୀପାଟଣା : ଦୀର୍ଘ ବର୍ଷ ହେବ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିବା ହାର୍ଡକୋର ନକ୍ସଲ ରାମଦାସ ଆତ୍ମସମର୍ପଣ କରିଛନ୍ତି। ସେ କଳାହାଣ୍ଡି ଏସ୍‌ପି ବି.ଗଙ୍ଗାଧରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

୨୦୦୯ ମସିହାରେ ରାମଦାସ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ରାମଦାସ ୨୦୧୦ରୁ ୨୦୧୮ ମସିହା ପର୍ଯ୍ୟନ୍ତ କନ୍ଧମାଳର ଖଡଙ୍ଗ ଏରିଆ କମିଟି ଓ କଳାହାଣ୍ଡିର ଏମ.ରାମପୁର ଥାନା ଅଞ୍ଚଳରେ ରାହୁଲ ଏରିଆ କମିଟି ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ।

ଏମ.ରାମପୁର ଥାନା ଅଞ୍ଚଳରେ ବିଭିନ୍ନ ବର୍ବରକାଣ୍ଡରେ ସାମିଲ ଥିଲେ ରାମଦାସ। ହେଲେ ଏବେ ହିଂସା ଛାଡି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ତେଣୁ ତାଙ୍କୁ ସରକାରୀ ସହାୟତା ମିଳିବ ବୋଲି ଏସ୍‌ପି କହିଛନ୍ତି।

By amfnews

Related Post