Thu. Oct 8th, 2026

ଆତଙ୍କବାଦ ବିରୋଧରେ ଭାରତ ଆରମ୍ଭ କରିଥିବା ଲଢ଼େଇ ଏହାକୁ ଶେଷ କରିବା ପର୍ଯ୍ୟନ୍ତ ଜାରି ରହିବ: ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ

507 Views

ଆବୁ ଧାବି: ଆବୁ ଧାବିରେ ଆଜି (ଶୁକ୍ରବାର) ଅନୁଷ୍ଠିତ ହୋଇଥିବା ଅର୍ଗାନାଇଜେସନ୍‌ ଫର୍‌ ଇସ୍‌ଲାମିକ୍‌ କୋପରେସନ୍‌ (ଓଆଇସି) ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆତଙ୍କବାଦର ତୀବ୍ର ବିରୋଧ ଓ ନିନ୍ଦା କରିଛନ୍ତି।

ଓଆଇସିରେ ପ୍ରଦାନ କରିଥିବା ନିଜ ଅଭିଭାଷଣରେ ମନ୍ତ୍ରୀ ଶ୍ରୀମତୀ ସ୍ୱରାଜ, ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସିଧାସଲଖ ଟାର୍ଗେଟ କରିବା ଅତଙ୍କବାଦୀମାନଙ୍କୁ ଆର୍ଥିକ ସହାୟତା ସହ ଅନ୍ୟ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦେଉଛି ବୋଲି ଅଭିଯୋଗ କରିଛନ୍ତି। ପାକିସ୍ତାନକୁ ସାବଧାନ କରାଇବାକୁ ଯାଇ ସେ କହିଛନ୍ତି, ଆତଙ୍କବାଦ ହେଉଛି ସମଗ୍ର ବିଶ୍ୱ ପାଇଁ ବିପଦ।

ANI

✔@ANI

live from Abu Dhabi: EAM Sushma Swaraj addresses the OIC conclave as the Guest of Honour.. https://www.pscp.tv/w/b0jXYzFwempNQm9XYmtWRWR8MXluSk9PcHBBRFpKUtm5g65TEQORxsNzGUyYEDG_mjGptvv3iPkNA9iVdZik …

ANI @ANI_news

#WATCH live from Abu Dhabi: EAM Sushma Swaraj addresses the OIC conclave as the Guest of Honour..

pscp.tv

ଆତଙ୍କବାଦ ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ବଡ଼ ବିପଦ ପାଲଟିଥିବା ବେଳେ ଆତଙ୍କବାଦ ବିରୋଧରେ ଭାରତ ଆରମ୍ଭ କରିଥିବା ଲଢ଼େଇ ଏହାକୁ ଶେଷ କରିବା ପର୍ଯ୍ୟନ୍ତ ଜାରି ରହିବ। କାରଣ, ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଆତଙ୍କବାଦୀ।

Embedded video

ANI

✔@ANI

EAM Sushma Swaraj at OIC conclave: If we want to save humanity,we must tell the states who provide shelter & funding to terrorists, to dismantle the infrastructure of the terrorist camps and stop providing shelter & funding to the terror organisations based in that country

ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ହେଉଛନ୍ତି ଆତଙ୍କବାଦ ଓ ଚରମପନ୍ଥୀ। ଏଥିପାଇଁ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଦେଶକୁ ବୁଝାଇବା ପାଇଁ ପଡ଼ିବ। ଶାନ୍ତି ପାଇଁ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ପଡ଼ିବ। କୌଣସି ଧର୍ମ ନୁହେଁ ଆତଙ୍କବାଦ ବିରୋଧରେ ଭାରତ ଆରମ୍ଭ କରିଥିବା ଲଢ଼େଇ ଏହାକୁ ଶେଷ କଲା ପର୍ଯ୍ୟନ୍ତ ଜାରି ରହିବ ବୋଲି ଓଆଇସି ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସ୍ପଷ୍ଟ କରି ଦେଇଛନ୍ତି।

By amfnews

Related Post