Thu. Sep 3rd, 2026

ଆଣବିକ ବୋମା ବହନକାରୀ ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜ୍‌ନଓ୍ଵି’ ପରୀକ୍ଷା କଲା ପାକିସ୍ତାନ

325 Views

ନୂଆଦିଲ୍ଲୀ  : ଗୁରୁବାର ପ୍ରତ୍ୟୁଷରେ ପାକିସ୍ତାନ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜ୍‌ନଓ୍ଵି’ର ପରୀକ୍ଷଣ କରିଛି। ପାକିସ୍ତାନ ସଶସ୍ତ୍ର ବାହିନୀର ମୁଖପାତ୍ର ମେଜର୍‌ ଜେନେରାଲ୍‌ ଅସିଫ୍‌ ଗଫୁର ଟୁଇଟ୍‌ କରି ଜଣାଇଛନ୍ତି କି, ଉତ୍‌କ୍ଷେପଣ ସଫଳ ହୋଇଛି।

ସାମରିକ ମୁଖପାତ୍ର କହିଛନ୍ତି ସେ ଏହି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଏକାଧିକ ପ୍ରକାରର ବୋମା ୨୯୦ କିଲୋମିଟର୍‌ ଯାଏଁ ନିକ୍ଷେପ କରିବାକୁ ସମର୍ଥ। ସେ ଆହୁରି କହିଲେ କି, ପାକିସ୍ତାନ ରାଷ୍ଟ୍ରପତି ଅରିଫ୍‌ ଅଲ୍‌ଓ୍ଵି ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଉତ୍‌କ୍ଷେପଣକାରୀ ଟିମ୍‌କୁ ପ୍ରଶଂସା କରିବା ସହ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

By amfnews

Related Post